
କେନ୍ଦ୍ରାପଡା , 4 ନଭେମ୍ବର (ହି.ସ.)ଗରଦପୁର ବ୍ଲକ୍ ଅନ୍ତର୍ଗତ ୱାଉପଡ଼ା ଗ୍ରାମରେ ଶ୍ରୀ ଶ୍ରୀ କାର୍ତ୍ତିକେଶ୍ୱର ମହାଦେବଙ୍କ ବିଶେଷ ପୂଜା ଭକ୍ତିମୟ ଓ ଉଲ୍ଲାସପୂର୍ଣ୍ଣ ପରିବେଶରେ ଚାଲିଛି। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆୟୋଜିତ ଏହି ପୂଜା ଉତ୍ସବ ଆସନ୍ତା ୫ ଓ ୬ ନଭେମ୍ବର ପର୍ଯ୍ୟନ୍ତ ଅବଧି ଚାଲିବ
ପୂଜା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ, ଓଡ଼ିଶୀ ନୃତ୍ୟ, ଓପେରା ପ୍ରଦର୍ଶନ ଓ ଦେକାନ ବଜାର ଆୟୋଜିତ ହୋଇଛି।ପାଟକୁରା ନିର୍ବାଚନ ମଣ୍ଡଳୀର ଏହି ପୁରାତନ ପୂଜା ଦୀର୍ଘ ୫୨ ବର୍ଷ ଧରି ନିରବିଚ୍ଛିନ୍ନ ଭାବରେ ପାଳନ ହୋଇଆସୁଛି।
ହିନ୍ଦୁସ୍ଥାନ ସମାଚାର / ରବି