ବରମୁଣ୍ଡା ବସଷ୍ଟାଣ୍ଡ ରେ ମା’-ଝିଅଙ୍କୁ ବଳାତ୍କାର ଉଦ୍ୟମ
ଭୁବନେଶ୍ୱର, 4 ନଭେମ୍ବର (ହି.ସ.)- ରାଜଧାନୀରେ ଚାଞ୍ଚଲ୍ୟ । ବରମୁଣ୍ଡା ବସ ଷ୍ଟାଣ୍ଡ ରେ ମା’-ଝିଅଙ୍କୁ ବଳାତ୍କାର ଉଦ୍ୟମ । ଜଣେ ଯୌନ ପିପାଷୁ ବସ୍‌ଷ୍ଟାଣ୍ଡରେ ଶୋଇଥିବା ଅବସ୍ଥାରେ ମା'' ଝିଅଙ୍କୁ ବଳାତ୍କାର ଉଦ୍ୟମ କରିଛି । ଅଭିଯୋଗ ପାଇ ଭରତପୁର ଥାନା ପୁଲିସ ଅଭିଯୁକ୍ତକୁ ଗିରଫ
ବରମୁଣ୍ଡା ବସଷ୍ଟାଣ୍ଡ ରେ ମା’-ଝିଅଙ୍କୁ ବଳାତ୍କାର ଉଦ୍ୟମ


ଭୁବନେଶ୍ୱର, 4 ନଭେମ୍ବର (ହି.ସ.)- ରାଜଧାନୀରେ ଚାଞ୍ଚଲ୍ୟ । ବରମୁଣ୍ଡା ବସ

ଷ୍ଟାଣ୍ଡ ରେ ମା’-ଝିଅଙ୍କୁ ବଳାତ୍କାର

ଉଦ୍ୟମ । ଜଣେ ଯୌନ ପିପାଷୁ ବସ୍‌ଷ୍ଟାଣ୍ଡରେ ଶୋଇଥିବା ଅବସ୍ଥାରେ ମା' ଝିଅଙ୍କୁ ବଳାତ୍କାର ଉଦ୍ୟମ କରିଛି । ଅଭିଯୋଗ ପାଇ ଭରତପୁର ଥାନା ପୁଲିସ ଅଭିଯୁକ୍ତକୁ ଗିରଫ

କରିଛି । ଗିରଫ ଅଭିଯୁକ୍ତ ହେଲା ଗଞ୍ଜାମ

ବେଗୁନିଆପଡ଼ାର ପବିତ୍ର କହଁର । ବସ ପାଇଁ

ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଆଶ୍ରୟ ନେଇଥିଲେ ମା ଝିଅ । ଅଭିଯୋଗ କାରିଣୀ ଗଞ୍ଜାମ ଜିଲ୍ଲାର ।

ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଝିଅକୁ ଧରି ବସ୍‌କୁ ଅପେକ୍ଷା କରିଥିବା ବେଳେ

ମହିଳାଙ୍କୁ ନିଦ ହୋଇ ଯାଇଥିଲା । ଏହାର ସୁଯୋଗ ନେଇ ପବିତ୍ର ପ୍ରଥମେ ମହିଳାଙ୍କ ନାବାଳିକା

ଝିଅକୁ ବଳାତ୍କାର ଉଦ୍ୟମ କରିଥିଲା ସେ ପାଟି କରି

ଉଠିବାରୁ ପବିତ୍ର ତାକୁ ଛାଡ଼ି ଦେଇଥିଲା । ପରେ ମହିଳାଙ୍କୁ ମଧ୍ୟ ବଳାତ୍କାର ଉଦ୍ୟମ କରିଥିଲା ।

ମହିଳା ଜଣଙ୍କ ନିଦରୁ ଉଠି ଚିତ୍କାର କରିବାରୁ ପବିତ୍ର ସେଠାରୁ ଦୌଡ଼ି ପଳାଇଥିଲା । ମହିଳାଙ୍କ ପାଟି ଶୁଣି ଆଖପାଖ ଲୋକେ ସେଠାରେ

ପହଞ୍ଚିଥିଲେ । ମହିଳାଙ୍କଠାରୁ ଘଟଣା ସମ୍ପର୍କରେ ଜାଣି ଭରତପୁର ଥାନା ପୁଲିସକୁ ଖବର ଦେଇଥିଲେ ।

ପୁଲିସ ପହଞ୍ଚି ସଙ୍ଗେ ସଙ୍ଗେ ବସ୍‌ଷ୍ଟାଣ୍ଡର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା । ବସ୍ ଯୋଗେ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ବସ୍

ଟର୍ମିନାଲ ନିକଟରୁ ପୁଲିସ ପବିତ୍ରଙ୍କୁ ଉଠାଇ ନେଇଥିଲା । ମହିଳାଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ

ମାମଲା ରୁଜୁକରି ପବିତ୍ରକୁ ଗିରଫ କରିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande