
ଭୁବନେଶ୍ୱର, 4 ନଭେମ୍ବର (ହି.ସ.)- ରାଜ୍ୟରେ କେତେ ଜଣ ଟ୍ରାନ୍ସଜେଣ୍ଡର
ମାନଙ୍କୁ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି ତାହାର ତଥ୍ୟ ମାଗିଛି ସାମାଜିକ
ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ । ଏନେଇ ସମସ୍ତ ଜିଲ୍ଲା ସାମାଜିକ ସୁରକ୍ଷା
ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ବିଭାଗୀୟ ଅତିରିକ୍ତ ସଚିବ ସୋନିଆ ବେହେରା । ତୁରନ୍ତ
ପୂର୍ଣାଙ୍ଗ ତଥ୍ୟ ଦାଖଲ କରିବା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । କେଉଁ ଜିଲ୍ଲାରେ କେତେ
ଜଣ ଟ୍ରାନ୍ସଜେଣ୍ଡର ମାନଙ୍କୁ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି ତାହାର ତଥ୍ୟ
ଦେବାକୁ ନିର୍ଦ୍ଦେଶ ରହିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା