
କନ୍ଧମାଳ , ୫ ନଭେମ୍ବର (ହି.ସ.) - ବ୍ରହ୍ମପୁର କ୍ରୀଡା ପରିଷଦ ପକ୍ଷରୁ ଆୟୋଜିତ ୫୪ ତମ ଅନ୍ତଃ ମହାଦିଦ୍ୟାଳୟ ଭଲିବଲ ପୁରୁଷ ପ୍ରତିଯୋଗିତାରେ ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପୁରୁଷ ଭଲିବଲ ଦଳ ଗତ ନଭେମ୍ବର ୨ ତାରିଖରେ ଫାଇନାଲ ମ୍ୟାଚରେ ଏମ୍ କେ ସି ଜି ମେଡ଼ିକାଲ କଲେଜକୁ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି । ଏହି ଅବସରରେ ଗତ ନଭେମ୍ବର ୩ ତାରିଖରେ ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ସୁବାସ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏହି ସମ୍ବର୍ଦ୍ଧନା ସଭାକୁ କ୍ରୀଡା ଉପସଭାପତି ଡଃ ଜତୀନ୍ଦ୍ର କୁମାର ପ୍ରଧାନ ଓ ସମସ୍ତ ସଭ୍ୟ ଆୟୋଜିତ କରିଥିଲେ । ବିଜୟୀ ଦଳକୁ ଉତ୍ସାହିତ କରିବାାପାଇଁ ପୁଷ୍ପ ଗୁଚ୍ଛ ଓ ଫୁଲମାଳ ଦେଇ ଅଧ୍ୟକ୍ଷ ସମ୍ବର୍ଦ୍ଧନା କରିଥିଲେ ଓ ଭଲିବଲ ଦଳର ସମସ୍ତ ସଦସ୍ୟ ଓ ପି ଇ ଟି ସେମାନଙ୍କ ୨ ଦିନର ଅନୁଭୂତିକୁ ଅଧ୍ୟକ୍ଷଙ୍କ ପାଖରେ ପ୍ରକାଶ କରିଥିଲେ । ଅଧ୍ୟକ୍ଷ ଡଃ ପ୍ରଧାନ ଭଲିବଲ ଦଳକୁ ଶୁଭେଚ୍ଛା ଜ୍ଞାପନ କରିି ମିଠା ଖୁଆଇ ଏକ ବିଶେଷ ମୂହୁର୍ତ୍ତ ସେମାନଙ୍କ ସହ ଖୁସିରସହ ଅତିବାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ଭଲିବଲ ଦଳର ମନୋବଳ ବହୁଗୁଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ