
ନୂଆଦିଲ୍ଲୀ, 05 ନଭେମ୍ବର (ହି.ସ.) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 'ବାଲିଯାତ୍ରା' ଓ 'ବୋଇତ ବନ୍ଦାଣ' ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।
ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ଐତିହାସିକ 'ବାଲିଯାତ୍ରା' ଓ 'ବୋଇତ ବନ୍ଦାଣ'ର ଶୁଭ ଅବସରରେ ଦେଶବାସୀଙ୍କୁ ବିଶେଷକରି ଓଡ଼ିଶାବାସୀଙ୍କୁ ମୁଁ ହାର୍ଦିକ ଶୁଭେଚ୍ଛା ଜଣାଉଛି । ବାଲିଯାତ୍ରା ହେଉଛି ଓଡିଶାର ଗୌରବମୟ ସାମୁଦ୍ରିକ ବାଣିଜ୍ୟ ପରମ୍ପରା ଏବଂ ସାଂସ୍କୃତିକ ଐତିହ୍ୟର ପ୍ରତୀକ । ମୋର ବିଶ୍ଵାସ ଯେ ଆମ ଗରିମାମୟ ଅତୀତରୁ ପ୍ରେରଣା ଲାଭ କରି ଆମ୍ଭେମାନେ ବିକଶିତ ଭାରତ ଗଠନ କରିବା ପାଇଁ ମିଳିମିଶି କାର୍ଯ୍ୟ କରିବା।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ