ଜାତି ସୂଚକ ଟିପ୍ପଣୀ ମାମଲାରେ ପଞ୍ଜାବ କଂଗ୍ରେସ ପ୍ରମୁଖ ରାଜା ୱଡିଂଗରେ ଏଫ୍‌ଆଇଆର୍ ରୁଜୁ
ଚଣ୍ଡୀଗଡ଼, ୦୫ ନଭେମ୍ବର(ହି.ସ.) – ଭାରତର ପୂର୍ବ ଗୃହମନ୍ତ୍ରୀଙ୍କ ସମ୍ବନ୍ଧରେ ବୟାନ ଦେଇ ବିବାଦରେ ଫସିଥିବା ପଞ୍ଜାବ କଂଗ୍ରେସ ପ୍ରଧାନ ଏବଂ ଲୁଧିୟାନାର ସାଂସଦ ଅମରିନ୍ଦର ସିଂହ ରାଜା ୱଡିଂଗଙ୍କ ବିରୋଧରେ କପୁରଥଲାରେ ଏଫ୍‌ଆଇଆର୍ ରୁଜୁ କରାଯାଇଛି। ରାଜାଙ୍କ ବିରୋଧରେ ସ୍ୱ, ବୁଟା ସିଂହଙ୍କ ପୁର ସରବଜୋତ
ଜାତି ସୂଚକ ଟିପ୍ପଣୀ ମାମଲାରେ ପଞ୍ଜାବ କଂଗ୍ରେସ ପ୍ରମୁଖ ରାଜା ୱଡିଂଗରେ ଏଫ୍‌ଆଇଆର୍ ରୁଜୁ


ଚଣ୍ଡୀଗଡ଼, ୦୫ ନଭେମ୍ବର(ହି.ସ.) – ଭାରତର ପୂର୍ବ ଗୃହମନ୍ତ୍ରୀଙ୍କ ସମ୍ବନ୍ଧରେ ବୟାନ ଦେଇ ବିବାଦରେ ଫସିଥିବା ପଞ୍ଜାବ କଂଗ୍ରେସ ପ୍ରଧାନ ଏବଂ ଲୁଧିୟାନାର ସାଂସଦ ଅମରିନ୍ଦର ସିଂହ ରାଜା ୱଡିଂଗଙ୍କ ବିରୋଧରେ କପୁରଥଲାରେ ଏଫ୍‌ଆଇଆର୍ ରୁଜୁ କରାଯାଇଛି। ରାଜାଙ୍କ ବିରୋଧରେ ସ୍ୱ, ବୁଟା ସିଂହଙ୍କ ପୁର ସରବଜୋତ ସିଂହ ସିଧୁ ପୋଲିସ୍‌କୁ ଅଭିଯୋଗ ଦେଇଥିଲେ।

ତେବେ ରାଜା ୱଡିଂଗ ତରନତାରନରେ ଚାଲିଥିବା ଉପନିର୍ବାଚନ ସମୟରେ ଏକ ଜନସଭାରେ ସ୍ୱ. ବୁଟା ସିଂହଙ୍କୁ ନେଇ ବିବାଦିତ ବୟାନ ଦେଇଥିଲେ। ସେ କହିଥିଲେ- ନାମ ସୁଣେୟା ବୁଟା ସିଂହ ଦା, କଳା ରଙ୍ଗ ହୁଂଦା ସି, ଜମା କାଲା, ପଠେ ପାଉଂଦା ସି ପଠେ, କଂଗ୍ରେସ ଦେଶ ଦା ଗୃହମନ୍ତ୍ରୀ ବନାୟା। ତେବେ ଏହି ଭାଷଣ ସମୟରେ ୱଡିଂଗ ରଂଘରେଟେ ଗୁରୁଙ୍କ ପୁଅର ଉଦାହରଣ ମଧ୍ୟ ଦେଇଥିଲେ। ଏହାପରେ ବି ଦଳ ୱଡିଂଗକୁ ଗତ କେତେଦିନ ହେଲା ଘେରା ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande