କାର୍ତ୍ତିକ ପୂର୍ଣ୍ଣିମାରେ ଭୋରରୁ ଉଠି ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ
ଭୁବନେଶ୍ୱର, 5 ନଭେମ୍ବର (ହି.ସ.)- କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆଜି ବୋଇତ ବନ୍ଦାଣ ବା ଡଙ୍ଗା ଭସା ପରମ୍ପରା ଥିବାରୁ ଭୋରରୁ ଉଠି ଡଙ୍ଗା ଭସାଉଛନ୍ତି ଶ୍ରଦ୍ଧାଳୁ। ଏଥିପାଇଁ ବିଭିନ୍ନ ନଦୀ, ଜଳାଶୟ ଓ ପୁଷ୍କରିଣୀରେ ଭିଡ଼ ଜମିଛି। ଆ-କା-ମା-ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମ
କାର୍ତ୍ତିକ ପୂର୍ଣ୍ଣିମାରେ     ଭୋରରୁ ଉଠି ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ


ଭୁବନେଶ୍ୱର, 5 ନଭେମ୍ବର (ହି.ସ.)- କାର୍ତ୍ତିକ

ପୂର୍ଣ୍ଣିମା ଅବସରରେ ଆଜି ବୋଇତ ବନ୍ଦାଣ ବା ଡଙ୍ଗା ଭସା ପରମ୍ପରା ଥିବାରୁ ଭୋରରୁ ଉଠି ଡଙ୍ଗା

ଭସାଉଛନ୍ତି ଶ୍ରଦ୍ଧାଳୁ। ଏଥିପାଇଁ ବିଭିନ୍ନ ନଦୀ, ଜଳାଶୟ ଓ ପୁଷ୍କରିଣୀରେ ଭିଡ଼ ଜମିଛି। ଆ-କା-ମା-ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର...ଏହି ଗୀତ ଗାଇ ଡଙ୍ଗା ଭସାଇଛନ୍ତି ଭକ୍ତ। କଟକ,

ଭୁବନେଶ୍ୱର, ପୁରୀ ସମେତ ବିଭିନ୍ନ ଜିଲ୍ଲାରେ ଏହି ପରମ୍ପରା ପାଳିତ ହୋଇଛି । ଧର୍ମ ମାସ

କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇଲେ ପୁଣ୍ୟ ମିଳିଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି

। ଏହି ଅବସରରେ ଲୋକେ ସୁସଜ୍ଜିତ ଡଙ୍ଗାରେ ପାନ, ଗୁଆ ଥୋଇ, ଦୀପ, ଧୂପ ଜାଳି ଡଙ୍ଗା ଭସାଉଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande