କିସ୍ତୱାଡର ଛତ୍ରୁ ଅଂଚଳରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ
କିସ୍ତୱାଡ, 5 ନଭେମ୍ବର (ହି.ସ.) - ଜମ୍ମୁ ଅଞ୍ଚଳର କିସ୍ତୱାଡ଼ ଜିଲ୍ଲାର ଛତ୍ରୁ ଅଞ୍ଚଳରେ ବୁଧବାର ସକାଳରେ ସୁରକ୍ଷା ବଳ ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଛି। ସେନା ଅଧିକାରୀମାନଙ୍କ ଅନୁସାରେ, ଏହି ଅଞ୍ଚଳରେ ସନ୍ଦିଗ୍ଧ ଆତଙ୍କବାଦୀମାନଙ୍କ
କିସ୍ତୱାଡର ଛତ୍ରୁ ଅଂଚଳରେ     ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ


କିସ୍ତୱାଡ, 5 ନଭେମ୍ବର (ହି.ସ.)

- ଜମ୍ମୁ ଅଞ୍ଚଳର

କିସ୍ତୱାଡ଼ ଜିଲ୍ଲାର ଛତ୍ରୁ ଅଞ୍ଚଳରେ ବୁଧବାର ସକାଳରେ ସୁରକ୍ଷା ବଳ ଓ ଆତଙ୍କବାଦୀମାନଙ୍କ

ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଛି।

ସେନା ଅଧିକାରୀମାନଙ୍କ

ଅନୁସାରେ,

ଏହି ଅଞ୍ଚଳରେ ସନ୍ଦିଗ୍ଧ ଆତଙ୍କବାଦୀମାନଙ୍କ ଉପସ୍ଥିତି ସମ୍ବନ୍ଧୀୟ

ଗୁପ୍ତ ସୂଚନା ମିଳିବା ପରେ ସେନା ଓ ଜମ୍ମୁ-କାଶ୍ମୀର ପୋଲିସ ମିଳିତ ଭାବେ ଅଞ୍ଚଳକୁ ଘେରାଉ କରି

ତଲାଶି ଅଭିଯାନ ଆରମ୍ଭ କରିଛନ୍ତି। ଘେରା କଡାକଡି ହେବା ସହିତ ସୁରକ୍ଷା ବଳ ଆତଙ୍କବାଦୀମାନଙ୍କ

ସହ ସମ୍ପର୍କ ସ୍ଥାପନ କରିଯାଇଥିଲେ ଓ ଗୁଳିବର୍ଷା ଆରମ୍ଭ ହୋଇଥିଲା।

ଏକ୍ସରେ ଏକ ପୋଷ୍ଟରେ ହ୍ୱାଇଟ

ନାଇଟ କର୍ପସ ଲେଖିଛି ଯେ, ଜମ୍ମୁ-କାଶ୍ମୀର ପୋଲିସ ସହ ମିଳି ଭାବେ ଚାଲିଥିବା ଗୁପ୍ତ ସୂଚନା ଆଧାରିତ ଅଭିଯାନରେ, ହ୍ୱାଇଟ ନାଇଟ କର୍ପସର ସତର୍କ ସେନାମାନେ ଆଜି ସକାଳେ ଛତ୍ରୁ ଅଞ୍ଚଳରେ

ଆତଙ୍କବାଦୀମାନଙ୍କ ସହ ସମ୍ପର୍କ ସ୍ଥାପନ କରିଛନ୍ତି। ଆତଙ୍କବାଦୀମାନଙ୍କ ସହ ଗୁଳିବିନିମୟ ହୋଇଛି

ଏବଂ ଅଭିଯାନ ଜାରି ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande