
ବେଙ୍ଗାଲୁରୁ, ୯ ନଭେମ୍ବର (ହି.ସ.)। ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ଦାୟିତ୍ୱ ଗ୍ରହଣ ପରେ ନିଜ ପ୍ରଥମ ସରକାରୀ ଗସ୍ତରେ ରେ ଆଜି କର୍ଣ୍ଣାଟକ ପହଂଚିଛନ୍ତି। ବେଙ୍ଗାଲୁରୁ ବିମାନବନ୍ଦରରେ ରାଜ୍ୟପାଳ ଥାୱରଚନ୍ଦ ଗେହଲୋତ, କେନ୍ଦ୍ରମନ୍ତ୍ରୀ ଏଚ.ଡି. କୁମାରସ୍ୱାମୀ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ମାନେ ତାଙ୍କୁ ସ୍ୱାଗତ କରିଥିଲେ।
ଏହି ଗସ୍ତରେ ଉପରାଷ୍ଟ୍ରପତି ହାସନ ଜିଲ୍ଲାର ଶ୍ରବଣବେଳଗୋଳାରେ ଆୟୋଜିତ ପରମ ପୂଜ୍ୟ ଆଚାର୍ଯ୍ୟ ଶ୍ରୀ ୧୦୮ ଶାନ୍ତି ସାଗର ମହାରାଜଙ୍କ ସ୍ମରଣୋତ୍ସବ କାର୍ଯ୍ୟକ୍ରମରେ ଅଂଶ ନେବେ। ଏହି କାର୍ଯ୍ୟକ୍ରମ ୧୯୨୫ ମସିହାରେ ଆଚାର୍ଯ୍ୟ ଶାନ୍ତି ସାଗର ମହାରାଜଙ୍କ ପ୍ରଥମ ଶ୍ରବଣବେଳଗୋଳା ଯାତ୍ରାର ଶତବାର୍ଷିକୀ ଉପଲକ୍ଷେ ଆୟୋଜିତ ହେବ । ଏହି ଅବସରରେ ଉପରାଷ୍ଟ୍ରପତି ଆଚାର୍ଯ୍ୟ ଶାନ୍ତି ସାଗର ମହାରାଜଙ୍କ ମୂର୍ତ୍ତି ସ୍ଥାପନା ଓ ଚତୁର୍ଥ ପାହାଡ଼ର ନାମକରଣ ଅନୁଷ୍ଠାନରେ ମଧ୍ୟ ଅଂଶଗ୍ରହଣ କରିବେ ବୋଲି ଜଣା ପଡିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ