ବିଧାୟକ ଓ ମନ୍ତ୍ରୀଙ୍କ ଭତାବୃଦ୍ଧିକୁ ଏଆଇଟିୟୁସିର ବିରୋଧ
ଭୁବନେଶ୍ୱର,୧୦ ଡିସେମ୍ବର (ହି.ସ.) - ଗତକାଲି ବିଧାନସଭାରେ ମନ୍ତ୍ରୀ, ବିଧାୟକଙ୍କ ଭତା ବୃଦ୍ଧିକୁ ଅନୁମୋଦନ କରିବା ପରେ ବିଧାନସଭାକୁ ବନ୍ଦ କରିଥିବାରୁ ଏଆଇଟିୟୁସି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଘୋର ବିରୋଧ କରାଯାଇଛି । ରାଜ୍ୟରେ ହଜାର ହଜାର ଶ୍ରମିକ ଓ କର୍ମଚାରୀ ନିଜର ନ୍ୟାୟ ସଙ୍ଗତ ଏବଂ ଆଇନ୍ ଅନୁମ
େୋମେ୍ିପଵୂିବ


ଭୁବନେଶ୍ୱର,୧୦ ଡିସେମ୍ବର (ହି.ସ.) - ଗତକାଲି ବିଧାନସଭାରେ ମନ୍ତ୍ରୀ, ବିଧାୟକଙ୍କ ଭତା ବୃଦ୍ଧିକୁ ଅନୁମୋଦନ କରିବା ପରେ ବିଧାନସଭାକୁ ବନ୍ଦ କରିଥିବାରୁ ଏଆଇଟିୟୁସି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଘୋର ବିରୋଧ କରାଯାଇଛି । ରାଜ୍ୟରେ ହଜାର ହଜାର ଶ୍ରମିକ ଓ କର୍ମଚାରୀ ନିଜର ନ୍ୟାୟ ସଙ୍ଗତ ଏବଂ ଆଇନ୍ ଅନୁମୋଦିତ ଦରମା ଓ ଭତା ପାଇଁ ବାରମ୍ବାର ରାଜରାସ୍ତାରେ ଆନ୍ଦୋଳନ କରୁଥିବାବେଳେ ସରକାର ଦାବି ସମାଧାନ କରିବାରେ ବିଫଳ ହୋଇଛନ୍ତି । ଅପରପକ୍ଷରେ ନିଜର ହାତରେ ଆଇନ୍ ତିଆରି କରିବାର ସାମ୍ବିଧାନିକ ଅଧୁକାର ଥିବାରୁ ସମାଜ ସେବା କରିବାପାଇଁ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ସତ୍ୱେ ନିଜର ଭତା ବୃଦ୍ଧି ପାଇଁ ବିଧାନସଭାରେ ଏକଜୁଟ ହୋଇ ଏହାକୁ ଗ୍ରହଣ କରିବା ଓଡ଼ିଶାବାସୀଙ୍କ ପ୍ରତି ଏକ ଉପହାସ ସଦୃଶ। ବିଜେପି ଦଳ ଓଡ଼ିଶା ଅସ୍ମିତା ନାଁରେ ଶାସନକୁ କ୍ଷମତାକୁ ଆସିବା ପରେ ଏମ୍‌ଏଲ୍ ଓ ମନ୍ତ୍ରୀଙ୍କ ଭତାବୃଦ୍ଧି କରିବା ଏକ ମନ୍ଦ ଉଦ୍ଦେଶ୍ୟ ବୋଲି ଆଜି ପ୍ରମାଣିତ ହୋଇଛି। ତେଣୁ ତୁରନ୍ତ ଭତା ବୃଦ୍ଧି ପ୍ରତ୍ୟାହାର କରି ସର୍ବନିମ୍ନ ମଜୁରୀରୁ ବଞ୍ଚିତ ହଜାର ହଜାର ଆଶାକର୍ମୀ, ଅଙ୍ଗନୱାଡି କର୍ମୀ, ମଧ୍ୟାହ୍ନଭୋଜନ ପାଚିକା, ଉଦ୍ୟାନ ସାଥୀ, ଗ୍ରାମପଞ୍ଚାୟତର କର୍ମଚାରୀ ଯଥା ନାଇଟ୍ ୱାଚର ଓ ଝାଡୁଦାର, ଶିକ୍ଷକ ସମାଜ ଓ ଆନ୍ଦୋଳନରତ ଶ୍ରମିକ କର୍ମଚାରୀଙ୍କୁ ଆଇନ୍ ସମ୍ମତ ମଜୁରୀ ପ୍ରଦାନ କରିବା ଏଆଇଟିୟୁସି ରାଜ୍ୟ କମିଟି ତରଫରୁ ସାଧାରଣ ସମ୍ପାଦକ ବିଜୟ ଜେନା ଦାବି କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande