୧୯ବର୍ଷର ପୁଅ ଅନିଲଙ୍କ ଦୁଇଟି କିଡନୀ ନଷ୍ଟ,ଚିନ୍ତାରେ ପରିବାର
ଭଦ୍ରକ, ୧୦ ଡିସେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ କାସିମପୁର ପଂଚାୟତ ଖଡ଼ିମାହାର ଗ୍ରାମରେ ରେ ଏକ ଦୁଃଖଦ ଖବର ଦେଖିବାକୁ ମିଳିଛି ଏଇ ଗ୍ରାମର ଥିବା ମୁକ୍ତିକାନ୍ତ ଦାସ ଙ୍କ ଦୁଇ ପୁଅ. ମୁକ୍ତିକାନ୍ତ ଗାଡି ଚଳାଇ ନିଜ ପରିବାର ପ୍ରତିପୋଷଣ କରି ଥାନ୍ତି। ବଡ ପୁଅ ଅନିଲ କୁମାର ଦାସ
ANIL TWO KIDNY DAMAGED


ଭଦ୍ରକ, ୧୦ ଡିସେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ କାସିମପୁର ପଂଚାୟତ ଖଡ଼ିମାହାର ଗ୍ରାମରେ ରେ ଏକ ଦୁଃଖଦ ଖବର ଦେଖିବାକୁ ମିଳିଛି ଏଇ ଗ୍ରାମର ଥିବା ମୁକ୍ତିକାନ୍ତ ଦାସ ଙ୍କ ଦୁଇ ପୁଅ. ମୁକ୍ତିକାନ୍ତ ଗାଡି ଚଳାଇ ନିଜ ପରିବାର ପ୍ରତିପୋଷଣ କରି ଥାନ୍ତି। ବଡ ପୁଅ ଅନିଲ କୁମାର ଦାସ (୧୯ )ଅସୁରାଳି ସ୍ଥିତ ବେଷ୍ଟ କଲେଜ ରେ ଚଳିତବର୍ଷ ମେକାନିକାଲ ଇଂଞ୍ଜିନିୟରି ପାଠ ପଢୁ ଥିଲେ। ହଠାତ ନିଜକୁ ଅସୁସ୍ଥ ମନେ କରୁଥିଲେ ନିଜ ବାପା ଙ୍କୁ ଜଣାଇଲେ ପରେ ବାପା ମା କଟକ ଏସ ସି ବି ଚିକିତ୍ସାଳ ରେ ଦେଖାଉ ଥିଲେ ସେଠାରୁ ପ୍ରାଥମିକ ଚିକିତ୍ସା ରୁ ଜଣା ପଡି ଥିଲା ଅନିଲଙ୍କ ଦୁଇଟି ଯାକ କିଡ଼ନୀ ପାଣି ଜମି ଯାଇଛି ପରେ କଟକ ରେ ଥିବା ଆଉ ଏକ ଘରୋଇ ଚିକିତ୍ସାଳୟରୁ ଜଣା ପଡିଥିଲା ଅନିଲଙ୍କ ଦୁଇଟି କିଡ଼ନୀ ନଷ୍ଟ ହୋଇଯାଇଛି । ,ହି ଖବର ପାଇ ପରିବାର ରେ ବାପା ମା ଙ୍କ ଠାରୁ ବନ୍ଧୁ ବାନ୍ଧବ ସାଙ୍ଗସାଥି ପର୍ଯ୍ୟନ୍ତ ସମସ୍ତେ ଦୁଃଖରେ ଭାଙ୍ଗି ପଡି ଥିଲେ । ରୋଜଗାର ବୋଲି ଗାଡି ଚଳାଇ ନିଜ ପରିବାର ଚଳାଇ ଥାନ୍ତି ମୁକ୍ତିକାନ୍ତ ଏତେ ଅର୍ଥ ଆଣିବେବା କଉଠୁ ପୁଅର ଚିକିତ୍ସା ପାଇଁ କଉ ବଡ଼ ଚିକିତ୍ସାଳୟ ରେ ତାଙ୍କୁ ଭଲ କରିବାପାଇଁ ଦେଖାଇବେ। କିଛି ଦିନ ଧରି ଏବେ ଅନିଲ ଏମସ୍‌ରେ ଭର୍ତି ଅଛନ୍ତି। ପୁଅର ଦୁଃଖ ନେଇ ମୁକ୍ତିକାନ୍ତ ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ ଙ୍କ ସହିତ ସାକ୍ଷାତ କରି ପୁଅର ସମସ୍ତ ଖବରମାନ ଜଣାଇ ଥିଲେ ଏହା ନେଇ ମନ୍ତ୍ରୀ ସମସ୍ତ ଖବର ବୁଝିବେ ବୋଲି ପ୍ରତିଶୃତି ଦେଇଛନ୍ତି। ଯଦି କୌଣସି ସୁ ହୃଦୟ ବ୍ୟକ୍ତି ବିଶେଷ ମାନେ କିଛି ସାହାଯ୍ୟର ହାତ ବଢ଼ାନ୍ତେ ତା ହେଲେ ସେ ପୁଅର ଚିକିତ୍ସା ଭଲରେ କରାଇ ପାରନ୍ତେ। ତାଙ୍କ ବ୍ୟାଙ୍କ ଖାତା ନମ୍ବର ହେଲା ଏସ୍‌ବିଆ ୩୪୭୭୯୫୪୧୬୭୮ ଶାଖା- ଧୂଷୁରୀ.ଆଇ ଏଫ ଏସସି କୋଡ଼ ନମ୍ବର ଏସ୍‌ବିଆଇଏନ୍‌୦୦୧୩୫୮୭।ଯଦି କୌଣସି ସମାଜସେବୀ କିମ୍ବା ଅନୁଷ୍ଠାନ ତାଙ୍କୁ ସହାୟତା କରିବା ପାଇଁ ଚାହୁଁଛନ୍ତି ତେବେ ୭୨୦୩୯୨୦୧୩୫ ଏହି ନମ୍ବରରେ ତାଙ୍କ ପିତାଙ୍କ ସହିତ ଯୋଗାଯୋଗ କରି ସହାୟତାର ହାତ ବଢାଇବାକୁ ଅନୁରୋଧ। ଆପଣ ମାନଙ୍କ ସାହାଯ୍ୟ ନିଶ୍ଚିତ ଭାବେ ଗୋଟିଏ ପରିବାରର ଖୁସି ଫେରାଇ ପାରିବ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande