ଏଆଇଟିୟୁସି ତରଫରୁ ନୂତନ ଶ୍ରମକୋର୍ଡ ବାତିଲ କରିବା ଦାବିରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ
କେନ୍ଦୁଝର, 10 ଡିସେମ୍ବର (ହି.ସ.)- କେନ୍ଦ୍ର ସରକାରଙ୍କ ଦ୍ବାରା ହଠାତ ସାରା ଦେଶରେ ନୂତନ ଶ୍ରମ କୋର୍ଡ ଲାଗୁ କରିବା ପାଇଁ ଘୋଷଣା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ। ଏଥି ପାଇଁ ଦେଶର ଶ୍ରମିକ ସଂଗଠନ ମାନଙ୍କ ସହ କୌଣସି ଆଲୋଚନା କରା ଯାଇ ନାହିଁ। ଦୀର୍ଘ ଦିନ ହେଲା ଏହି ୪ଟି ଶ୍ରମ କୋର୍ଡ ବାତିଲ କରିବା ଦାବି
Aituc strike on colectorate


କେନ୍ଦୁଝର, 10 ଡିସେମ୍ବର (ହି.ସ.)- କେନ୍ଦ୍ର ସରକାରଙ୍କ ଦ୍ବାରା ହଠାତ ସାରା ଦେଶରେ ନୂତନ ଶ୍ରମ କୋର୍ଡ ଲାଗୁ କରିବା ପାଇଁ ଘୋଷଣା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ। ଏଥି ପାଇଁ ଦେଶର ଶ୍ରମିକ ସଂଗଠନ ମାନଙ୍କ ସହ କୌଣସି ଆଲୋଚନା କରା ଯାଇ ନାହିଁ। ଦୀର୍ଘ ଦିନ ହେଲା ଏହି ୪ଟି ଶ୍ରମ କୋର୍ଡ ବାତିଲ କରିବା ଦାବିରେ ସମଗ୍ର ଦେଶରେ ଜୋରଦାର ଶ୍ରମିକ ଆନ୍ଦାଳନ ଚାଲୁ ରହିଥିବା ବେଳେ ସରକାର ରାତି ଅଧିଆ ଶ୍ରମ କୋର୍ଡ ଲାଗୁ କରିଛନ୍ତି।ଏହି ଆଇନ ଲାଗୁ ହେବା ଦ୍ବାରା ଶ୍ରମିକ ମାନଙ୍କର ନିଯୁକ୍ତି ଅଧିକ ଅସ୍ଥାୟୀ ହେବା ସଂଗେ ସଂଗେ , ହାୟାର ଏଣ୍ଡ ଫାୟାର ନୀତିରେ ଶ୍ରମିକ ମାନଂକୁ ମାଲିକ ମାନଙ୍କ ଦ୍ବାରା ଯେତେବେଳେ ଚାହିଁବେ ଛଟେଇ କରାଯିବ ଓ ସ୍ଥାୟୀ ନିଯୁକ୍ତି ବଦଳରେ ଅସ୍ଥାୟୀ ଚୁକ୍ତି ଭିତିକ ନିଯୁକ୍ତି ବୃଦ୍ଧି ପାଇବ। ଦୈନିକ କାର୍ଯ୍ୟ ଦିବସ ୧୦/୧୨ ଘଣ୍ଟା ବୃଦ୍ଧି ହେଲେ ସମଗ୍ର ଦେଶର ବିଭିନ୍ନ କାରଖାନା, ଖଣି ଓ ଅନ୍ୟାନ୍ୟ ଶିଳ୍ପରେ ଗୋଟିଏ ସିଫ୍ଟର ଶ୍ରମିକ ତଥା ଲକ୍ଷ ଲକ୍ଷ ଶ୍ରମିକ ନିଯୁକ୍ତି ହରାଇବେ। ଏମିତି ତ ଦେଶରେ କୋଟି କୋଟି ସଂଖ୍ୟାରେ ବେକାର ଯୁବକ ଯୁବତୀ ଶିକ୍ଷା ସମାପ୍ତ ପରେ ନିଯୁକ୍ତି ପାଇଁ ବାଓଡାଟା ଫାଇଲ ଧରି ଗୋଟିଏ ଅଫିସରୁ ଆଉ ଗୋଟିଏ ଅଫିସ ଘୁରି ବୁଲୁଛି। ହେଲେ କେଉଁଠି ବି ଜବ୍ ଟିଏ ମିଳୁ ନାହିଁ। ସେହିଭଳି ଟ୍ରେଡ୍ ୟୁନିୟନ କ୍ଷମତାକୁ ସଙ୍କୁଚିତ କଲା ପରେ ମାଲିକ ମାନଙ୍କ ଦ୍ବାରା ଶ୍ରମିକ ମାନେ ଅଧିକ ଶୋଷିତ ହେବେ। ବୋନସ୍ ଓ ଛୁଟି ଭଳି ଅତ୍ୟାବ୍ୟଶକ ସୁବିଧା ଉପରେ ଅଂକୁଶ ଲଗାଇବା ପାଇଁ ସ୍ଥିର ହୋଇଛି। ଯାହାକି ବିନା ୟୁନିୟନରେ ଶ୍ରମିକ ମାନଂକୁ ଡରାଇ ମାଲିକ ମାନେ କାର୍ଯ୍ୟ ହାସଲ କରିବା ସହ କାର୍ଯ୍ୟରୁ ବାହାର କରି ଦେବେ। ଶ୍ରମିକ ଶୋଷଣ ଅଧିକରୁ ଅଧିକ ବଢିବାରେ ଲାଗିବ।

ପୂର୍ବ ଶ୍ରମ ଆଇନକୁ ଠିକ୍ ଭାବେ ଲାଗୁ ହୋଇ ପାରୁ ନଥିବା ବେଳେ, ମାଲିକ ସପକ୍ଷବାଦୀ ନୂଆ ଶ୍ରମ କୋର୍ଡ ସମ୍ପୁର୍ଣ୍ୱ ଭାବରେ ଶ୍ରମିକ ବିରୋଧି ଅଟେ। ଏହି ନୂଆ ଶ୍ରମ କୋର୍ଡ ତୁରନ୍ତ ବାତିଲ କରିବା ଦାବିରେ କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଷନ ସହ ଏକ ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ଏହି ବିକ୍ଷୋଭ ରେ ଏଆଇଟିୟିସି ରାଜ୍ୟ କର୍ଯ୍କାାରୀ ସଭାପତି ସାଥୀ ମହେଶ୍ବର ରାଉତ, ରାଜ୍ୟ ନେତା ବ୍ରଜବନ୍ଧୁ ପ୍ରଧାନ, , ଏଆଇଟିୟୁସି ଜିଲା ସଂପାଦକ ସାଥୀ କପିଳ ମହାନ୍ତି, କାହ୍ନୁ ସାମଲ, ବଦ୍ରୁ ଜାମା, ଶ୍ରୀହରି ଘଣା , ହୃଦା ପାତ୍ର, ବିରଂଚି ଦେହୁରୀ, ଘାଶିରାମ ମାଁଝି , ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande