ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ
ଜୟପୁର , 10 ଡିସେମ୍ବର (ହି.ସ.) ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଧେଶକ୍ରମେ ଆସ ସ୍କୁଲଯିବା କ୍ଲଷ୍ଟର ସ୍ତରୀୟ ଶିକ୍ଷା ସଭା ଜୟପୁର ସହରର ସରକାରୀ ୟୁପିଏସ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ପଦଯାତ୍ରା ଅନୁସ୍ଠିତ ହୋଇଥିଲା। ବର୍ତ୍ତମାନ ପାଳନ କରାଯାଉ
ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ


ଜୟପୁର , 10 ଡିସେମ୍ବର (ହି.ସ.) ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଧେଶକ୍ରମେ ଆସ ସ୍କୁଲଯିବା କ୍ଲଷ୍ଟର ସ୍ତରୀୟ ଶିକ୍ଷା ସଭା ଜୟପୁର ସହରର ସରକାରୀ ୟୁପିଏସ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ପଦଯାତ୍ରା ଅନୁସ୍ଠିତ ହୋଇଥିଲା। ବର୍ତ୍ତମାନ ପାଳନ କରାଯାଉଥିବା ଭାରତୀୟ ଭାଷା ଉତ୍ସବର କ୍ଲଷ୍ଟର ସ୍ତରୀୟ ପଦଯାତ୍ରା ରେ ୨ଶହ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ। ପଦଯାତ୍ରା ପରେ ପ୍ରଧାନ ଶିକ୍ଷୟତ୍ରୀ କୁକୁମୀନା ଦାଶଙ୍କ ଅଧ୍ୟକ୍ଷତାରେ ସହକାରୀ ଗୋଷ୍ଠିଶିକ୍ଷାଧିକାରୀ କେ. ଗୋପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସିଆରସିସି ରାମେଶ୍ବର ପଣ୍ତା, ଜ୍ୟୋତି ଶଙ୍କର ତ୍ରିପାଠୀ, ସ˚ଯୁକ୍ତା ରାଉତ, ପିଆରଆଇ ସଦସ୍ୟ ଗୋପୀନାଥ ମହାନ୍ତି, ଅର୍ପିତା ଷଡଙ୍ଗୀ ଓ ଅଜିତ ବେହେରା ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ସୁନାରିସାହି ୟୁପିଏସର ପିଲାଙ୍କ ଦ୍ବାରା ସ୍ବାଗର ସଙ୍ଗୀତ ଏବ˚ ସରକାରୀ ୟୁପିଏସର ପିଲାଙ୍କ ଦ୍ବାରା ନୃତ୍ୟ ପରିବେଷଣ କରାଯାଇଥିଲା। ଶିକ୍ଷା ପ୍ରତି ସଚେତନ ହୋଇ କିପରି ଅଭିଭାବକ ମାନେ ପିଲାଙ୍କୁ ବିଦ୍ୟାଳୟରେ ନାମ ଲେଖାଇ ଶିକ୍ଷା ଗ୍ରହଣର ମୁଖ୍ୟ ଶ୍ରୋତରେ ସାମିଲ ହୋଇପାରିବେ ତାହା ଉପରେ ଆଲୋଚନା କରାଯାଇଥିଲା। ଶେଷରେ ସିଆରସିସି ବିଜୟଲକ୍ଷ୍ମୀ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande