
ଜୟପୁର , 10 ଡିସେମ୍ବର (ହି.ସ.) ଜିଲ୍ଲା ସ୍ତରୀୟ ପରବ ୨୦୨୫ ନିମନ୍ତେ ସ୍ଥାନୀୟ ସ୍ପୋର୍ଟସ କମ୍ପ୍ଲେକ୍ସ ପରିସରରେ ଜିଲ୍ଲା ସ୍ତରୀୟ ଅଥେଲେଟିକ ମିଟ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଜିଲ୍ଲାରେ ବିଭିନ୍ନ ବ୍ଲକ ଓ ପୌରାଞ୍ଚଳରୁ ଚୟନ ହୋଇ ଆସିଥିବା ପ୍ରତିଯୋଗୀ ମାନଙ୍କ ମଧ୍ୟରେ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଆଜି ବାଳକ ମାନଙ୍କ ୧୦୦ ମିଟର ଦୌଡରେ ଜୟପୁର ବ୍ଲକର ଅଶୋକ କୁମାର ବେହେରା ପ୍ରଥମ, ଜୟପୁର ବ୍ଲକର ସୁମନ ଲୁଦୁଲି ଦ୍ବିତୀୟ ଓ କୋରାପୁଟ ବ୍ଲକର ରାଜା ଟାକ୍ରି ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ବାଳିକା ୧୦୦ ମିଟର ଦୌଡରେ କୋରାପୁଟ ବ୍ଲକର ଜାନକୀ ଚାଲାଣ ପ୍ରଥମ, ସୁନେବାଡାର ରାଣି ପାଣି ଦ୍ବିତୀୟ ଓ ନାରାୟଣପାଟଣାର ରଞ୍ଜିତା ମାଣ୍ତଙ୍ଗି ତୃତୀୟ , ୨୦୦ ମିଟର ବାଳକ ମଧ୍ୟରେ କୁନ୍ଦୁରାର ଧନରାଜ ମୁଦୁଲି ପ୍ରଥମ, ଜୟପୁରର ଜୋହନ ହରଜନ ଦ୍ବିତୀୟ,ନରାୟଣପାଟଣାର ରାହୁଲ ଵାଟେକା ତୃତୀୟ,ବାଳିକା ୨୦୦ ମିଟର ଦୌଡରେ ନାରାୟଣପାଟଣା ରଞ୍ଜିତା ମାଡିଙ୍ଗୀ ପ୍ରଥମ, କୋଟପାଡର ଲକ୍ଷ୍ମୀ ନାୟକ ଦ୍ବିତୀୟ ଓ ଜୟପୁରର ଦୟାମଣୀ ହରିଜନ ତୃତୀୟ, ବାଳକ ୪୦୦ ମିଟର ଦୌଡରେ ଜୟପୁରର ଦିଲ୍ଲିପ ଖରା ପ୍ରଥମ, ସୁନାବେଡାର ଡୁମାରୀ ଦୁର୍ଯ୍ୟଧନ ଦ୍ବିତୀୟ, କୋଟପାଡର ଦେବରାଜ ବିଦାର ତୃତୀୟ,ବାଳିକା ୪୦୦ ମିଟର ଦୌଡରେ ଜୟପୁରର ଦୟାମଣୀ ହରିଜନ ପ୍ରଥମ, ସୁନେବେଡାର ଅଞ୍ଜଳି ତାଡିଙ୍ଗି ଦ୍ବିତୀୟ ଓ କୋଟପାଡର ସୁକାନ୍ତି କିର୍ଶାନୀ ତୃତୀୟ, ବାଳକ ୮୦୦ ମିଟର ଦୌଡରେ ଜୟପୁରର ଦିଲ୍ଲିପ ଖରା ପ୍ରଥମ, କୁନ୍ଦୁରାର ସନ୍ତୋଷ ପରଜା ଦ୍ବିତୀୟ, ଜୟପୁରର ଲକ୍ଷ୍ମଣ ପେଣ୍ଟିଆ ତୃତୀୟ,ବାଳିକା ୮୦୦ ମିଟର ଦୌଡରେ ଜୟପୁରର ଦୟାମଣୀ ହରିଜନ ପ୍ରଥମ, ସୁନେବେଡାର ଅଞ୍ଜଳୀ ତାଡିଙ୍ଗି ଦ୍ବିତୀୟ , ଦଶମନ୍ତପୁରର ଜମୁନା ମୁଦୁଲୀ ତୃତୀୟ ହୋଇଛନ୍ତି। ବାଳକ ଲମ୍ବଡିଆଁରେ କୋରାପୁଟର ବଳରାମ ଗୋଲରୀ ପ୍ରଥମ, ଜୟପୁରର ସୁମନ ମୁଦୁଲି ଦ୍ବିତୀୟ, ପଟାଙ୍ଗୀର ବଳନ୍ତା ଗୋଲରୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ବାଳିକା ଲମ୍ବଡିଆଁରେ ସୁନେବାଡାର ରାଣି ପାଣି ପ୍ରଥମ, ସୁନାବେଡାର ଲିପି ମାଣ୍ତଙ୍ଗି ଦ୍ବିତୀୟ ଓ କୁନ୍ଦୁରାର ଜିନା ଗୁନଗା ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ବାଳକ ଉଚ୍ଚ ଡିଆଁରେ ଜୟପୁରର ସୁମନ ମୁଦିଲି, ପଟାଙ୍ଗୀର ବଳନ୍ତ ଗଲୋରୀ ଦ୍ବିତୀୟ, ଜୟପୁରର ଅଭି ଗୋଲରୀ ତୃତୀୟ ସ୍ଥାନ ଅଧିକାର କରିଥିଲେ। ବାଳିକା ଉଚ୍ଚଡିଆଁରେ ଜୟପୁରର ସ୍ବାତୀ ଜାନୀ ପ୍ରଥମ, ସୁନେବେଡାର ରାଣୀ ପାଣି ଦ୍ବିତୀୟ ଓ କୋଟପାଡର ପ୍ରଭାତି ଭତ୍ରା ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ବାଳକ ବାଳିକାଙ୍କ ମଧ୍ୟରେ ସଟଫୁଟ, ଡିସକସ ଓ ଜାଭିଲିନ ଥ୍ରୋ ଅନୁଷ୍ଠିତ ହୋଇଥିଲା। ପୌରାଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ସମସ୍ତ ପ୍ରତିଯୋଗୀତାର ଦ୍ବିତୀୟ ତୃତୀୟ ପ୍ରତିଯୋଗୀ ମାନଙ୍କୁ ପୁରସ୍କର ପ୍ରଦାନ କରିଥିବା ବେଳେ ପ୍ରଥମ ବିଜେତା ମାନଙ୍କୁ ପରବ ମଞ୍ଚରେ ସମ୍ମାନିତ କରାଯିବ ବୋଲି ଆଜିର ଆୟୋଜକ କମିଟି ଜିଲ୍ଲା କ୍ରୀଡା ଅଧିକାରୀ ଗ୍ୟାନଜିତ ତ୍ରିପାଠୀ ପ୍ରକାଶ କରିଛନ୍ତି। ଉପଖଣ୍ତ କ୍ରୀଡା ଅଧିକାରୀ ରବି ନାୟକ ସମସ୍ତ ଖେଳ ପରିଚାଳନା କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି