
ନୂଆପଡ଼ା, ୧୦ ଡିସେମ୍ବର(ହି.ସ.) – ଲିଙ୍ଗ ଭିତିକ ହିଂସା ନିରାକରଣ ସଚେତନ ପକ୍ଷ- ୨୦୨୫ ପାଳନ ଅବସରରେ ଏକ ଜିଲ୍ଲା ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଆଜି ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି ଓ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜିଲ୍ଲାପାଳ ମଧୁସୂଦନ ଦାଶ କହିଛନ୍ତି ଯେ ଆମ ସମାଜରେ ପ୍ରାଚୀନ କାଳରୁ ମହିଳାମାନଙ୍କୁ ଉଚ୍ଚ ସମ୍ମାନ ଦିଆ ଯାଉଛି ଓ କିନ୍ତୁ ଅବିବାହିତ କନ୍ୟା ମା ହେବା ବିଷୟ ଉପରେ ସେ ଗଭୀର ଚିନ୍ତା ପ୍ରକଟ କରିଥିଲେ ଓ ସେ କହିଲେ ଯେ ଅବିବାହିତ କନ୍ୟା ମା ହେବା ନାରୀଜାତି ପ୍ରତି ସବୁଠାରୁ ବଡ ହିଂସା ଅଟେ ଓ ସେ ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ଏବଂ ଅନ୍ୟାନ୍ୟ ସଂପୃକ୍ତ ବିଭାଗକୁ ଅବିବାହିତ ମା ମାନଙ୍କର ଉଚିତ ଥଇଥାନ କରିବା ଦିଗରେ ସବୁ ପ୍ରକାର ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ଓ ଏହି ଅବସରରେ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଧନେଶ୍ୱର ସେଠୀ ଲିଙ୍ଗ ଭତିକ ହିଂସାକୁ ଏକ ହାନିକାରକ କାର୍ଯ୍ୟ ବୋଲି ଅଭିହିତ କରିଥିଲେ ଓ ଏହି ସଭାରେ ଯୋଗଦାନ କରି, ଏସ୍ ଡି ପି ଓ ସ୍ୱାଧୀନ ମିଶ୍ର ନିଜ ବକ୍ତବ୍ୟ ରେ ଲିଙ୍ଗ ଭିତିକ ହିଂସା ନିରାକରଣ ପାଇଁ ବିଭିନ୍ନ ଆଇନ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ ଓ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧିକାରୀ ଓ ଅନ୍ୟାନ୍ୟ ଡ଼ାକ୍ତରୀ ଅଧିକାରୀ ସଭାରେ ଅଂଶଗ୍ରହଣ କରିଥିଲେ ଓ ଏଠାରେ ସୂଚନାଯୋଗ୍ୟ ଯେ, ଲିଙ୍ଗ ଆଧାରରେ କୌଣସି ବ୍ୟକ୍ତି ବିରୁଦ୍ଧରେ କ୍ଷତିକାରକ କାର୍ଯ୍ୟକଳାପକୁ ଲିଙ୍ଗ ଭିତିକ ହିଂସା ବୋଲି କୁହାଯାଏ। ଲିଙ୍ଗ ଭିତିକ ହିଂସା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ସାର୍ବଜନୀନ ସ୍ୱାସ୍ଥ୍ୟ ସମସ୍ୟା, ଯାହାର ଶାରୀରିକ, ମାନସିକ ଏବଂ ସାମାଜିକ ପ୍ରଭାବ ରହିଛି। ଏହାର କୁପ୍ରଭାବ ରୋକିବା ପାଇଁ ଆଜିର ଏହି ବୈଠକ ନିଶ୍ଚିତ ଭାବରେ ସହାୟକ ହେବ ବୋଲି ଜିଲ୍ଲାପାଳ ଆଶା ପ୍ରକାଶ କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ହେମନ୍ତ