
କେନ୍ଦ୍ରାପଡା , 10 ଡିସେମ୍ବର (ହି.ସ.): କେନ୍ଦ୍ରାପଡ଼ା ଜିଲ୍ଲା ଯୁବମୋର୍ଚ୍ଚା ସଦସ୍ୟ ଇଂ ଚନ୍ଦ୍ରକାନ୍ତ ସ୍ୱାଇଁ ନୂତନ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଭାବେ ମନୋନୀତ ହୋଇଥିବା ଅଭିଳାଷ ପଣ୍ଡାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଅଭିଳାଷଙ୍କ ନେତୃତ୍ୱରେ ରାଜ୍ୟ ତଥା ସମସ୍ତ ଜିଲ୍ଲାରେ ଯୁବମୋର୍ଚ୍ଚା ସଙ୍ଗଠନ ଆହୁରି ସୁସଙ୍ଗଠି ହେବା ସହିତ ସୁଦୃଢ ହେବ ବୋଲି ସେ କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ମହାପ୍ରଭୁ ବଳଦେବଜୀଉଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଭାରତୀୟ ଜନତା ପାର୍ଟି ସରକାରକୁ ଆସିବା ପରେ ଯୁବ କାର୍ୟ୍ୟକର୍ତ୍ତା ମାନଙ୍କୁ ଅଧିକ କ୍ରିୟାଶୀଳ କରାଇବା ପାଇଁ ପ୍ରଥମେ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଚୟନ ପରେ ଜିଲ୍ଲା ସ୍ତରରେ ମଧ୍ୟ ଆଗକୁ ସଭାପତି ଚୟନ କରାଯିବ। କେନ୍ଦ୍ରାପଡ଼ା ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ପାଇଁ ମହାକାଳପଡ଼ାର ଦୁଇ ଯୁବ ସଙ୍ଗଠକ ଇଂ ଚନ୍ଦ୍ରକାନ୍ତ ସ୍ୱାଇଁ ଓ କ୍ରିଷ୍ଣପଦ ମଣ୍ଡଳଙ୍କ ନାମ ଆଶାୟୀ ତାଲିକାରେ ଥିବା ଜଣାପଡିଛି
---------------
ହିନ୍ଦୁସ୍ଥାନ ସମାଚାର / ରବି