ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ
ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ନୂଆପଡା,୧୦ ଡ଼ିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହରର ୨ ନଂ କଲ୍ୟାଣ ମଣ୍ଡପ ଠାରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଖଡ଼ିଆଳ ବ୍ଲକ ଭେଟନେରୀ ଅଫିସର ଡ. ସଂଗ୍ରାମ କେଶରୀ ବେହେରା ଅଧ୍ୟକ୍
Prani sampad mela


ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ

ନୂଆପଡା,୧୦ ଡ଼ିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହରର ୨ ନଂ କଲ୍ୟାଣ ମଣ୍ଡପ ଠାରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଖଡ଼ିଆଳ ବ୍ଲକ ଭେଟନେରୀ ଅଫିସର ଡ. ସଂଗ୍ରାମ କେଶରୀ ବେହେରା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ପଞ୍ଚାୟତ ସମିତି ଅଧକ୍ଷା ପୁଷ୍ପାଞ୍ଜଳି ନନ୍ଦ, ସମ୍ମାନିତ ଅତିଥି ଭାବେ ଖଡ଼ିଆଳ ଏନଏସି ଚେୟାରମେନ ଉଜ୍ଜଳ ଗୁପ୍ତା, ଅତିରିକ୍ତ ନିର୍ଦେଶକ ପଶୁ ସମ୍ପଦ ବିଭାଗ ଡ. ଗିରିଧାରୀ ଭୋଇ, ଖଡ଼ିଆଳ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଗୌତମ ତାଣ୍ଡି, କଳାହାଣ୍ଡି ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ମେଘ, ଖଡ଼ିଆଳ ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ, ଜିଲ୍ଲା ପରିଷଦ ସଦସ୍ୟ ତ୍ରୟ ଚିତ୍ତରଞ୍ଜନ ବେହେରା, ତନୟା ଶବର ଓ ମାଲ୍ୟବନ୍ତ ସୁନା, ଜିଲ୍ଲା ମତ୍ସ୍ୟ ଅଧିକାରୀ ବିଜନ କୁମାର ସାହୁ ମଞ୍ଚାସିନ ରହି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉପରେ ବିଭିନ୍ନ ପ୍ରକାର ଦିଗ ଦର୍ଶନ ଦେଇଥିଲେ। ବୈଠକରେ ସହ ମତ୍ସ୍ୟ ଅଧିକାରୀ ଖଡ଼ିଆଳ ଭବାନୀ ଶଙ୍କର ପଣ୍ଡା ମଞ୍ଚ ପରିଚାଳନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ମିଶନ ଶକ୍ତିର ଷ୍ଟଲ, ଓମଫେଡ ଷ୍ଟଲ, ପ୍ରାଣୀ ସମ୍ପଦ ବିଭାଗର ଷ୍ଟଲ, ମତ୍ସ୍ୟ ବିଭାଗର ଷ୍ଟଲ, କୃଷି ବିଭାଗର ଷ୍ଟଲ, ଉଦ୍ୟାନ ବିଭାଗର ଷ୍ଟଲ, ସ୍ବେଚ୍ଛାସେବୀ ଅନୁଷ୍ଠାନ ପଲ୍ଲୀ ବିକାଶର ଶ୍ରୀଅର୍ନ ଷ୍ଟଲ ରହିଥିଲା । ପରେ କୁକୁଡ଼ା ଚାଷୀ, ଗାଈ ଚାଷୀ, ଛେଳି ଚାଷୀ, ମେଣ୍ଢା ଚାଷୀ, ମତ୍ସ୍ୟ ଚାଷୀ ମାନଙ୍କୁ ଚାଷ କରିବା ପାଇଁ କାର୍ଯ୍ୟଦେଶ ବଣ୍ଟନ କରାଯାଇଥିଲା। ଏ ଅବସରରେ ମୃତ୍ୟୁ ବରଣ କରିଥିବା ଦୁଇ ଗାଈ ଚାଷୀ ତୁକୁଲା ପରମେଶ୍ବର ଶବର ୫୨ ହଜାର ଟଙ୍କା ଓ ତୁକୁଲା ଅନନ୍ତ ପଟ୍ଟନାୟକ ୬୫ ହଜାର ଟଙ୍କାର ବୀମା ରାଶିର ଚେକ ପ୍ରଦାନ କରାଯାଇଥିଲା। ଆଉ ଜଣେ ଚାଷୀ ଡୁମେରବାହାଲ ଗ୍ରାମର ସଙ୍କୁନ୍ତଲା ଘିଭେଲାଙ୍କୁ ସବସିଡି ବାବଦକୁ ୧ ଲକ୍ଷ ୬୧ ହଜାର ୨୮୦ ଟଙ୍କାର ଚେକ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅତିରିକ୍ତ ଭେଟେନେରି ସର୍ଜନ ଡ.ହେମଲତା ମେହେର , ଖାସବାହାଲ ଏଲଆଇ ପିତାମ୍ବର ଧରୁଆ, ତୁକୁଲା ଏଲଆଇ ରାଜୀବ ବାରିକ, ଭୋଜପୁର ଏଲଆଇ ରମେଶ ପାଣିଗ୍ରାହୀ, ବିରିଘାଟ ଏଲଆଇ ମଧୁ ବାଗ, ଖଇରା ଏଲଆଇ ଟିକେରାମ ମାଝୀ ସମେତ ଷ୍ଟାଫ ପ୍ରଭଞ୍ଜନ ସେଠୀ, ତ୍ରିନାଥ ରାଉତ, ଲକ୍ଷ୍ମୀ ଭୋଇ, ତ୍ରିବିକ୍ରମ ସାହୁ, ରାମାନନ୍ଦ ରାଉତରାୟ, ଓମକାର ଡଙ୍ଗରାଜ, ଗୁଣନିଧି ତାଣ୍ଡି, ଭଗବାନ ନାଗ, ଜିତେନ ମାଝୀ ସହଯୋଗ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande