
ଜୟପୁର , 10 ଡିସେମ୍ବର (ହି.ସ.)
ବରିଷ୍ଠ ନାଗରିକ କଲ୍ୟାଣ ସମିତି, ଜୟପୁର ଠାରେ ବିଶିଷ୍ଟ ହାଇକୁକାର ଶ୍ରୀ କୈଳାଶ ହୋତା ଙ୍କ ହାଈକୁ କବିତା ପୁସ୍ତକ ଅମୃତ ବିନ୍ଦୁ ଲୋକାର୍ପିତ ହୋଇଛି। ତ୍ରିସଖା ସାହିତ୍ୟ ସଂସଦ ଦ୍ଵାରା ଅନୁଷ୍ଠିତ ସାରସ୍ଵତ ସଭା ରେ ମୁଖ୍ୟ ଅତିଥି ଭାବେ ବରିଷ୍ଟ ନାଗରିକ କଲ୍ୟାଣ ସମିତି ସଭାପତି କିଶୋର ଚନ୍ଦ୍ର ହୋତା, ବକ୍ତା ହରିହର କରସୁଧ ପଟ୍ଟନାୟକ, ସମ୍ପାଦକ କୃଷ୍ଣ ଚନ୍ଦ୍ର ହୋତା, ପ୍ରକାଶକ ପ୍ରକାଶ ମହାନନ୍ଦିଆ, ଲେଖକ କୈଳାଶ ହୋତା ମଞ୍ଚାସୀନ ଥିଲେ। ଉପସ୍ଥିତ ଅତିଥି ମାନେ ହାଇକୂ ଶୈଳୀ ରେ କବିତା ରଚନା ଓ ସୃଷ୍ଟି ଉପରେ ବିଶେଷ ଭାବରେ ଆଲୋଚନା କରିଥିଲେ। ସଭାରେ ପୁସ୍ତକର ସମୀକ୍ଷା କରାଯାଇଥିଲା। ଏଥିରେ ବିଶିଷ୍ଠ ନାଗରିକ ପ୍ରମୋଦ କୁମାର ପଣ୍ଡା, ଶିବ ଶଙ୍କର ସିଂ, ନାରାୟଣ ପାତ୍ର, ଠାକୁର ପ୍ରସାଦ, ଖଲି ପଟ୍ଟନାୟକ, ଏବଂ ସହିତ୍ୟକ ଜାନକୀ ପାଣଗ୍ରାହୀ, ଚନ୍ଦ୍ରମଣି ବାରିକ, ଡ ସୁଧାଂଶୁ ଶେଖର ପଟ୍ଟନାୟକ, ଭାବ ଚନ୍ଦ୍ରିକା ଦେବି, ଘାସିରାମ ମହାପାତ୍ର, ଆଲୋକ ମହାରଣା, ସୁରେଶ ହୋତା, ସୁବାସ ଚନ୍ଦ୍ର ହୋତା, ନିଲେନ୍ଦ୍ରି ହୋତା, ସୁନନ୍ଦା ହୋତା, ମଦନ ମୋହନ ନାୟକ, ଆଲୋକ ହୋତା ପ୍ରମୁଖ ଯୋଗ ଦେଇଥିଲେ। ସଭାରେ ବହୁ ବିଶିଷ୍ଟ ସାହିତ୍ୟିକ ଯୋଗଦାନ କରିଥିଲେ। ଶେଷରେ ଡ ଦେବୀ ପ୍ରସାଦ ହୋତା ଧନ୍ୟବାଦ ଅର୍ପଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି