ବିଧାୟକମାନଙ୍କ ଦରମା ବୃଦ୍ଧିକୁ ସିପିଆଇର ନିନ୍ଦା
ଭୁବନେଶ୍ୱର, ୧୦ ଡିସେମ୍ବର (ହି.ସ.) - ଓଡ଼ିଶା ବିଧାନସଭାରେ ଓଡ଼ିଶାର କୃଷକଙ୍କ ପାଇଁ ଧାନ ମଣ୍ଡିରେ ଧାନ ସଂଗ୍ରହ, ଅଧିକାଂଶ ସରକାରୀ ଓ ବେସରକାରୀ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକ ସର୍ବନିମ୍ନ ମଜୁରୀରୁ ବଂଚିତ ଥିବା ବେଳେ ସେମାନଙ୍କ ବିଷୟରେ ପଦେ ହେଲେ ଚର୍ଚ୍ଚା ନକରି ମନ୍ତ୍ରୀ ଓ ବିଧାୟକଙ୍କ ଭତା ତିନିଗ
ବିଧାୟକମାନଙ୍କ ଦରମା ବୃଦ୍ଧିକୁ ସିପିଆଇର ନିନ୍ଦା


ଭୁବନେଶ୍ୱର, ୧୦ ଡିସେମ୍ବର (ହି.ସ.) - ଓଡ଼ିଶା ବିଧାନସଭାରେ ଓଡ଼ିଶାର କୃଷକଙ୍କ ପାଇଁ ଧାନ ମଣ୍ଡିରେ ଧାନ ସଂଗ୍ରହ, ଅଧିକାଂଶ ସରକାରୀ ଓ ବେସରକାରୀ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକ ସର୍ବନିମ୍ନ ମଜୁରୀରୁ ବଂଚିତ ଥିବା ବେଳେ ସେମାନଙ୍କ ବିଷୟରେ ପଦେ ହେଲେ ଚର୍ଚ୍ଚା ନକରି ମନ୍ତ୍ରୀ ଓ ବିଧାୟକଙ୍କ ଭତା ତିନିଗୁଣ ବୃଦ୍ଧି କରି ବିଧାନସଭା ବନ୍ଦ କରି ପଳାଇବା ଓଡ଼ିଶାର ଜନଗଣଙ୍କୁ ବିସ୍ମିତ କରିଛି। ଗାନ୍ଧୀ ମାର୍ଗ ରାଜରାସ୍ତାରେ ମାର୍ଗଶୀର ଶିତ ରାତିରେ ଜାଡ ଭିତରେ ନିଜ ନିଜର ହକ୍‌, ଅଧିକାର ଏବଂ ଉଚ୍ଚିତ ପ୍ରାପ୍ୟ ଦାବିରେ ବସିଛନ୍ତି ହଜାର ହଜାର ପାଚିକା, ଆଶା, ଅଙ୍ଗନୱାଡି, ଗଣ ଶିକ୍ଷକ, ଶିକ୍ଷକ - କର୍ମଚାରୀମାନେ। ଧାନ ମଣ୍ଡିରେ ଶିତ କାକରରେ ବସିଛନ୍ତି କୃଷକ ତାଙ୍କ ଧାନ ସରକାରଙ୍କୁ ବିକିବା ଅପେକ୍ଷାରେ, ସରକାର ମଣ୍ଡିରେ ଧାନ କିଣିବା ଆରମ୍ଭ କରୁ ନାହାନ୍ତି। ଲୋକଙ୍କ ସରକାର ବୋଲି ଦାବି କରୁଥିବା ଶାସକ ଗୋଷ୍ଠୀ ରାଜକୋଷରୁ ଟଙ୍କା ନେଇ ପଳାଇଲେ । ଏହାକୁ ସିପିଆଇ ଦୃଢ ନିନ୍ଦା କରିଛି।

ନିଜ ପାଇଁ ନିଜେ ଭତା ବୃଦ୍ଧି କରି ରାଜକୋଷକୁ ଲୁଟି ନେବାରେ ନିଷ୍ପତ୍ତି ପ୍ରତ୍ୟାହାର କରି କୃଷକଙ୍କୁ କୃଷି ଉତ୍ପାଦନର ଲାଭଜନକ ଦର, ଶ୍ରମିକଙ୍କ ମାସିକ ସର୍ବ ନିମ୍ନ ମଜୁରୀ ୨୬ହଜାର ଟଙ୍କା ପ୍ରଦାନ କଲାପରେ ଯେଉଁ ଖାଉଟି ମୂଲ୍ୟସୂଚୀ ହାରରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ହେଉଛି, ସେହି ହାରରେ ଲୋକ ପ୍ରତିନିଧିମାନଙ୍କ ଭତ୍ତା ବୃଦ୍ଧି ପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓଡ଼ିଶା ରାଜ୍‌ଯ ପରିଷଦ ଦୃଢ ଦାବି କରିଛି ଓ ଭତ୍ତା ତିନିଗୁଣ ବୃଦ୍ଧି ନିଷ୍ପତି ପ୍ରତ୍‌ଯାହାର କରିବାକୁ ଦାବୀ କରୁଛି ବୋଲି ସିପିଆଇ ରାଜ୍ୟ ସମ୍ପାଦକ ଡଃ ପ୍ରଶାନ୍ତ କୁମାର ମିଶ୍ର ଦୃଢ଼ ଦାବି କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande