
ଚମ୍ପୁଆ, ୧୦ ଡିସେମ୍ବର (ହି.ସ.) - ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଗିଧିବାସ ଠାରେ ହାତୀ ଆକ୍ରମଣରେ ଆଜି ପୁଣି ଜଣେ ଯୁବକ ମୃତ୍ୟୁ ବରଣ କରିଛନ୍ତି। ମୃତକ ଅସନ ପାଟ ଗ୍ରାମର ଭାଗବତ ନାଏକ। ସେ ହାତୀ ଦେଖିବାକୁ ଗିଧବାସ ଯାଇଥିଲେ। ହାତୀ ଦେଖୁଥିବା ବେଳେ ତାଙ୍କୁ ହାତୀ ଆକ୍ରମଣ କରିଥିଲା। ଘଟଣା ସ୍ଥଳରେ ତାର ମୃତ୍ୟୁ ଘଟିଥିବା ବେଳେ ବନ ବିଭାଗ ଘଟଣା ସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରି ଚମ୍ପୁଆ ଡାକ୍ତର ଖାନା ଆଣିଛନ୍ତି। କିଛି ଦିନ ହେବ ଦୁଇ ଟିକିଆ ହାତୀ ଏହି ଅଂଚଳରେ ଉତ୍ପାତ ଜାରି ରଖିଥିବା ବେଳେ ଆଜି ଘଟଣା ସ୍ଥଳରେ କିଛି ସମୟ ପାଇଁ ଉତେଜନା ମଧ୍ୟ ଦେଖା ଯାଇଥିଲା। ସୂଚନା ଅନୁସାରେ ଗତ ଆଠ ତାରିଖରେ ଏହି ସେକ୍ସନର ଉଚ୍ଚବାଲି ଠାରେ ଜଣେ ଯୁବକ ହାତୀ ଦେଖିବାକୁ ଆସିଥିବା ବେଳେ ତିନିଟିକିଆ ହାତୀ ପଲ ଆକ୍ରମଣରେ ମୃତ୍ୟୁବରଣ କରିଥିବା ବେଳେ ଗୋଟିଏ ସପ୍ତାହରେ ଦୁଇଜଣ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିବାକୁ ନେଇ ଅଂଚଳରେ ଅସନ୍ତୋଷ ଦେଖା ଦେଇଛି।
ହିନ୍ଦୁସ୍ଥାନ ସମାଚାର / Trinath Mahanta