

ବଲାଙ୍ଗିର, 10 ଡିସେମ୍ବର (ହି.ସ.)- ବଲାଙ୍ଗୀର ଜିଲ୍ଲା ସ୍ଥିତ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ,ବଲାଙ୍ଗୀର ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗୀର ତରଫରୁ ବ୍ଲକ୍ ସ୍ତରୀୟ ଶିଶୁ ସୁରକ୍ଷା କମିଟି ର ବୈଠକ ଓ ସଚେତନତା କାର୍ଯକ୍ରମ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ସଦର ବ୍ଲକ୍ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ହୃଷୀକେଶ ଗୌଣ୍ଡ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶିଶୁ ମାନଙ୍କରେ ସୁରକ୍ଷା ,ଯତ୍ନ ଉପରେ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟି ର ଦାୟିତ୍ଵ ଗୁରୁତ୍ଵ ପୂର୍ଣ୍ଣ ବୋଲି ସମସ୍ତଙ୍କୁ ଉତ୍ସାହିତ କରିଥିଲେ।ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସାମାଜିକ କର୍ମୀ ଅରୁଣ ଖୁଆସ ବ୍ଲକ୍ ସ୍ତରୀୟ କମିଟି ର ଦାୟିତ୍ଵ ,କର୍ତ୍ତବ୍ୟ,ଭୂମିକା ଉପରେ ଜଣାଇଥିଲେ ।କିଶୋର ନ୍ୟାୟ ଆଇନ୍ ୨୦୧୫ ଅନୁଯାଇ ମିଆସନ ବାତ୍ସଲ୍ୟ ଯୋଜନା ଅଧୀନରେ ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁ ଏବଂ ଆଇନ୍ ର ବିରୁଦ୍ଧାଚରଣ କରିଥିବା ଶିଶୁ ଙ୍କ ପାଇଁ ଥିବା ବାଲ୍ୟ ବିବାହ ଆଇନ୍୨୦୦୬, ଗର୍ଭ ନିରୂପଣ ନିଷେଧ ଆଇନ୍ ୧୯୯୪,ଶିଶୁ ଓ କିଶୋର ଶ୍ରମିକ ନିସେଦ ଆଇନ୍ ୧୯୮୬ ,ଶିଶୁ ଙ୍କୁ ଯୌନ ନିର୍ଯାତନା ରୁ ରକ୍ଷା କରିବା ଆଇନ୍ ୨୦୧୨ ଉପରେ ସଚେତନତା କରାଯାଇଥିଲା।ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ରେ ଅବସ୍ଥିତ ଥିବା ଅରୁଣା ର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି ଗ୍ରାମ ପଞ୍ଚାୟତ ବିକାଶ ପାଣ୍ଠି ରେ ଅସୁରକ୍ଷିତ ଘେରରେ ଥିବା ଶିଶୁ ମାନଙ୍କ ପାଇଁ ମିଶନ ବାତ୍ସଲ୍ୟ ୨୦୨୨ ମାର୍ଗଦର୍ଶିକା ଅନୁଜାୟୀ ଥିମ୍ ୩ ଏବଂ ଥିମ୍ ୯ ଅଧିନରେ ଶିଶୁ ମାନଙ୍କୁ ସାହାଯ୍ୟ କରିପାରିବେ ବୋଲି ଜଣାଇଥିଲେ ଏବଂ ଗ୍ରାମ ପଞ୍ଚାୟତ ସ୍ତରୀୟ ଯୋଜନା ପ୍ରସ୍ତୁତି କରିବା,ପଞ୍ଚାୟତ ସ୍ତରୀୟ କମିଟି କୁ କ୍ରିୟାଶୀଳ କରି ବୈଠକ କରିବା ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ।ଏହି ଅବସରରେ ୨୪ ଗୋଟି ଗ୍ରାମ ପଞ୍ଚାୟତ ରୁ ପଞ୍ଚାୟତ ପ୍ରତିନିଧି,ପଞ୍ଚାୟତ କାର୍ଯ ନିର୍ବାହୀ ଅଧିକାରୀ, ଏଡିଇଓ ସମେତ ୫୦ ରୁ ଉର୍ଦ୍ଧ କର୍ମଚାରୀ ଉପସ୍ଥିତ ଥିଲେ।ଏହି ଅବସରରେ ପଞ୍ଚାୟତ ସାଧନ କେନ୍ଦ୍ର ର ବବିତା ପ୍ରଧାନ, ରିସୋର୍ସ ପର୍ସନ ଗୀତାଞ୍ଜଳି ପ୍ରଧାନ,ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ ର ଜିଲ୍ଲା ସଂୟୋଜକ ବିନୟ କୁମାର ସାହୁ ଉପସ୍ଥିତ ଥିଲେ।ପରିଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସାମାଜିକ କର୍ମୀ ହରିବନ୍ଧୁ ରାଉତ୍ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ