


ବଲାଙ୍ଗୀର, ୧୦ ଡିସେମ୍ବର(ହି.ସ.) – ଡିସେମ୍ବର ୧୦ ତାରିଖ ବିଶ୍ୱ ମାନବ ଅଧିକାର ଦିବସ ପାଳନ ଅବସରରେ ଭାରତୀୟ ସମ୍ବିଧାନ ଓ ମାନବ ଅଧିକାର ସଂପର୍କିତ ଜିଲ୍ଲାସ୍ତରୀୟ କର୍ମଶଅଳା ବଲାଙ୍ଗୀର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଜିନ୍ଦାବାଦ ସଂଗଠନ, ବଲାଙ୍ଗିର ପକ୍ଷରୁ ଆୟୋଜନ କରାଯାଇଥିଲା। ମୁଖ୍ୟ ଅତିଥି ପ୍ରଫେସର ପ୍ରଦିପ୍ତ କୁମାର ବେହେରା ଉପକୁଳପତି ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ବଲାଙ୍ଗିର ପ୍ରଦୀପ ପ୍ରଜ୍ଜଳନ କରି ମହାତ୍ମା ଗାନ୍ଧୀଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି କର୍ମଶାଳାକୁ ଉଦ୍ଘାଟନ କରିଥିଲେ। ଜିନ୍ଦାବାଦ ସଂଗଠନର ସଭାପତି ଗଙ୍ଗାଧର ମାଝି ସଭାପତିତ୍ୱ କରିଥିବା ବେଳେ ଆଇନଜିବୀ ପ୍ରତିଷ୍ଠାତା ତ୍ରିଲୋଚନ ପୁଞ୍ଜି କର୍ମଶାଳାକୁ ସଂଯୋଜନା କରିଥିଲେ। ଭାରତୀୟ ସମ୍ବିଧାନ ଓ ମାନବ ଅଧିକାର ସମ୍ବନ୍ଧରେ ସମ୍ମାନୀତ ଅତିଥି ଡ. ରାଜେଶ କୁମାର କର୍ଣ୍ଣ ରାଜନୀତି ବିଜ୍ଞାନ ବିଭାଗ ସରକାରୀ ମହିଳା ବିଦ୍ୟାଳୟ ବଲାଙ୍ଗିର, ଡ. ଅରବିନ୍ଦ କୁମାର ଓଝା ଅଧ୍ୟକ୍ଷ ସରକାରୀ ମହିଳା ମହାବିଦ୍ୟାଳୟ ବଲାଙ୍ଗିର, ସାମାଜିକ କର୍ମୀ ବାଳକୃଷ୍ଣ ଷାଣ୍ଡ, ନାରୀ ନେତ୍ରୀ ପାଂଚାଳି ପଧାନ, ବରିଷ୍ଠ ସାମ୍ବାଦିକ ଆନନ୍ଦ କୁମାର ସାହୁ, ବିରେନ୍ଦ୍ର କୁମାର ଝାଙ୍କର, ଜନ ଆନ୍ଦୋଳନମାନଙ୍କର ରାଷ୍ଟ୍ରୀୟ ସମନ୍ୱୟର ଆବାହକ ସତ୍ୟ ବନଛୋର, କଙ୍କଡା ଯୋର ବୁଡି ଅଂଚଳ ସହାୟତା ସମିତିର ସଭାପତି ପ୍ରତାପ ବାଗ, ମଧୁ ଶବର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ଭାରତୀୟ ସମ୍ବିଧାନର ମୌଳିକ ଅଧିକାର, କର୍ତବ୍ୟ ବିଷୟରେ ଆଲୋଚନା କରାଗଲା ଏବଂ ମାନବିକ ଅଧିକାର ସୁରକ୍ଷା ଆଇନ ୧୯୯୩ ବିଷୟରେ ଆଲୋଚନା କରାଗଲା। ଆଗାମୀ ଦିନରେ ଜିନ୍ଦାବାଦ ସଂଗଠନ ପକ୍ଷରୁ ମାନବ ଅଧିକାର ର ସୁରକ୍ଷା ପାଇଁ କାମ କରିବାକୁ ନିଷ୍ପତି ନିଆଗଲା। ବିସ୍ଥାପିତ, ଆଦିବାସୀ, ଦଳିତ ପଛୁଆ ବର୍ଗ, ବରିବ, ଶ୍ରମିକ, ଚାଷୀ, ଶିଶୁ ମହିଳାମାନଙ୍କର ମାନବ ଅଧିକାର ପାଇଁ ନ୍ୟାୟିକ ଲଢେଇ ଲଢିବା ପାଇଁ ନିଷ୍ପତି ନିଆଗଲା । ଘରେ ଘରେ ସମ୍ବିଧାନର ବାର୍ତା ପହଂଚାଇବା କୁ ସ୍ଥିର କରାଗଲା। ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର, ଜଳ, ଜମି, ଜଙ୍ଗଲ, ଜନ୍ତୁ, ଜନ ଉପରେ କାମ କରିବା ପାଇଁ ସ୍ଥିର କରାଗଲା। ଆସନ୍ତା ଜାନୁୟାରୀ ୧ ତାରିଖ ୨୦୨୬ ଜିନ୍ଦାବାଦ ସଂଗଠନର ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏକ ଶୋଭାଯାତ୍ରା କରାଯାଇ ମହାମହିମ ରାଷ୍ଟ୍ରପତି ଭାରତ ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବ ବୋଲି ନିଷ୍ପତି ନିଆଗଲା। ଜିନ୍ଦାବାଦ ସଂଗଠନର କାର୍ଯ୍ୟକର୍ତା ଶୁକ୍ଳ ଶବର, କ୍ଷୀର ସିନ୍ଧୁ ମାଝି, ମିଳନ ପୁଞ୍ଜି, କର୍ମକର୍ତା ଟଚକର ମାଝି, ଦୁର୍ଯ୍ୟୋଧନ ମାଝି, ଡମ୍ବରୁ ଭରାଶଗରିଆ, ଲୋଚନ ବରିହା, ଫଟୋ ଭୋଇ, ଫଗୁନୁ ଶବର ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ସମ୍ବାଦିକ ଯୁଧିଷ୍ଠିର ମେହେର ଧନ୍ୟବାଦ ଅର୍ପଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ