
କେନ୍ଦୁଝର, 10 ଡିସେମ୍ବର (ହି.ସ.) - ଆଜି ଓଡିଶା ଗୋଷ୍ଠି ସହାୟିକା ସିଆରପି-ସିଏମ୍ ସଂଘ (ଏଆଇଟିୟୁସି) ଡାକରାରେ କେନ୍ଦୁଝର ଜିଲାର ବିଭିନ୍ନ ବ୍ଲକରୁ ଆସିଥିବା ଶହ ଶହ ଗୋଷ୍ଠି ସହାୟିକା ମହିଳା ମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ରାଜ୍ୟରେ କାର୍ଯ୍ୟରତ ଗୋଷ୍ଠୀ ସହାୟିକା ସିଆରପି ସିଏମ୍ ମହିଳା ମାନେ ତଳ ସ୍ତର ତଥା ଗ୍ରାମାଂଚଳ ମାନଙ୍କରେ ମହିଳା ମାନଙ୍କୁ ସଚେତନ କରାଇବା, ସମାଜର ମୁଖ୍ୟ ଶ୍ରୋତରେ ସାମିଲ କରାଇବା ଓ ବିଭନ୍ନ ରାସ୍ତାରେ ରୋଜଗାରକ୍ଷମ , ସ୍ବାବଲମ୍ବି କରାଇବା ପାଇଁ ଦିନ ରାତି ପରିଶ୍ରମ କରୁଥିବା ବେଳେ ସେମାନେ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି।
ସିଆରପି ସିଏମ୍ ମାନଙ୍କର ପ୍ରୋସ୍ତାହନ ରାଶି ବ୍ୟବସ୍ଥା ବାତିଲ କରି ମାସିକ ଭତ୍ତା ପ୍ରଦାନ , ବକେୟା ଦରମା ଓ ପ୍ରତି ମାସରେ ନିର୍ଦ୍ଦିଷ୍ଟ ତାରିଖରେ ଦରମା ପ୍ରଦାନ, ସର୍ବନିମ୍ନ କୁଶଳି ଶ୍ରମିକର ସର୍ବନିମ୍ନ ମଜୁରୀ ଓ ଟିଏ ଡିଏ ପ୍ରଦାନ, ଭିଅାରଏଫ୍ କାର୍ଯ୍ୟ ନିମନ୍ତେ ଅଧିକ ପାରିଶ୍ରମିକ , ସ୍ଥାୟୀ ନିଯୁକ୍ତି ଓ ପରିଚୟ ପତ୍ର ପ୍ରଦାନ , ଅନ୍ ଲାଇନ୍ କାର୍ଯ୍ୟ ପାଇଁ ଲ୍ୟାପଟପ୍ ପ୍ରଦାନ, ଆଂଚଳିକ ମଂଚ ସଭାଗୃହ ନିର୍ମାଣ, ଡ୍ରେସ କୋର୍ଡ ପାଇଁ ବାର୍ଷିକ ଦୁଇ ଯୋଡା ଶାଢୀ ପ୍ରଦାନ , ରେଭିନିୟୁ ଗ୍ରାମ ଅନୁସାରେ ଗୋଟିଏ ସିଏଲ୍ଏଫ୍ ଗଠନ ପ୍ରକ୍ରିୟା ବାତିଲ କରିବା ଇତ୍ୟାଦି ବାର ଦଫା ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କ ଜରିଆରେ ପ୍ରଦାନ କରା ଯାଇଥିଲା।
ଏହି ବିକ୍ଷୋଭ ରେ ଏଆଇଟିୟିସି ରାଜ୍ୟକ ର୍ଯ୍ୟକାରୀ ସଭାପତି ସାଥୀ ମହେଶ୍ବର ରାଉତ, ରାଜ୍ୟ ନେତା ବ୍ରଜବନ୍ଧୁ ପ୍ରଧାନ, , ସୁବାସ ମହାପାତ୍ର, ସିଆରପି ସିଏମ୍ ଜିଲ୍ଲା ନେତ୍ରୀ ଲିପିକା ବାରିକ-ଯୋଡା, ଲକ୍ଷ୍ମୀପ୍ରୀୟା ମହାନ୍ତ, ଚମ୍ପୁଆ, ସାଗରିକା ବେହେରା-ଝୁମ୍ପୁରା, ଈନ୍ଦୁମତି ଜେନା-ହରିଚନ୍ଦନରୁର, ଡଲି ଜେନା,ସବିତା ମହାନ୍ତ,ସସ୍ମିତା ମହାନ୍ତ ଓ ଏଆଇଟିୟୁସି ଜିଲା ସଂପାଦକ ସାଥୀ କପିଳ ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA