ଧାମନଗର ପୋଲିସ ଦ୍ୱାରା ବ୍ରାଉନ ସୁଗାର ଜବତ, ଜଣେ ଗିରଫ ଓ ଜଣେ ଫେରାର
ଭଦ୍ରକ, ୧୦ ଡିସେମ୍ବର (ହି.ସ.) - ଭଦ୍ରକ ଜିଲ୍ଳା ର ଧାମନଗର , ଧୁଶୁରୀ, ସହିଦନଗର, ମଙ୍ଗଳପୁର, ବେତାଳିଗାଁ,କଲ୍ୟାଣୀ,ଖଡିପଦ, ଦୋବଲ ସମେତ ଗ୍ରାମାଂଚଳ ରେ ଚୋରା ମଦ ସମେତ ଧଳାଜହର ବା ବ୍ରାଉନସୁଗାର ବେପାର ଯୋର ରେ ଚାଲିଚି,ବିଶେଷ କରି ଯୁବପିଡୀ ମାନେ ଏହି ବେପାର କରିବା ସହ ସେବନ କରୁଛନ୍ତି। ତେବେ ଏହି
DHAMNAGAR POLICE BRAUN SUGAR JABAT


ଭଦ୍ରକ, ୧୦ ଡିସେମ୍ବର (ହି.ସ.) - ଭଦ୍ରକ ଜିଲ୍ଳା ର ଧାମନଗର , ଧୁଶୁରୀ, ସହିଦନଗର, ମଙ୍ଗଳପୁର, ବେତାଳିଗାଁ,କଲ୍ୟାଣୀ,ଖଡିପଦ, ଦୋବଲ ସମେତ ଗ୍ରାମାଂଚଳ ରେ ଚୋରା ମଦ ସମେତ ଧଳାଜହର ବା ବ୍ରାଉନସୁଗାର ବେପାର ଯୋର ରେ ଚାଲିଚି,ବିଶେଷ କରି ଯୁବପିଡୀ ମାନେ ଏହି ବେପାର କରିବା ସହ ସେବନ କରୁଛନ୍ତି। ତେବେ ଏହି ଚୋରା ବେପାର କରିଥିବା ଜଣେ ଯୁବକକୁ ଧାମନଗର ପୋଲିସ ଧରି ବାରେ ସକ୍ଷମ ହୋଇ ପାରିଛନ୍ତି।ଘଟଣା ରୁ ପ୍ରକାଶ ଯେ ବୁଧବାର ଦିନ ଗୋଟାଏ ବେଳେ ଭଦ୍ରକ ପୁରୁଣା ବଜାର କାଟନାସାହି ଗ୍ରାମର ସେଇବାଜ ଖାଁ(୧୯)ପିତା କାଲୁଦିନି ଖାଁ (ଓଡ଼ି ୨୨ ଏ ବି ୫୮୨୭) ବୁଲେଟ ରେ ତାଙ୍କ ସାଙ୍ଗ ସଇଲେ ଅଲ୍ଲୀ (ରାଜା) ୧୨ ଗ୍ରାମ ର ଧଳାଯହର ( ବ୍ରାଉନ ସୁଗାର)। ନେଇ ଧାମନଗର ଆଡ କୁ ଆଶୁଥିବା ବେଳେ ଧାମନଗର ଥାନା ଅଧିକାରୀ ରଞ୍ଜନ ସେଠୀ ଙ୍କ ନିର୍ଦ୍ଦେଶ କ୍ରମେ ଏସ ଆଇ ନାରାୟଣ ନାୟକ ଓ ମହେଶ୍ୱର ପ୍ରଧାନ ସମେତ ଅନ୍ୟ ଥାନା କର୍ମଚାରୀ ମାନେ ୧୬ ନମ୍ବର ଜାତୀୟ ରାଜପଥ ଧାମନଗର ଛକ ନିକଟରୁ ଉକ୍ତ ବେପାରୀ କୁ କାବୁ କରିଥିବାବେଳେ ଘଟଣା ସ୍ଥଳ ରୁ ଅନ୍ୟ ସାଥୀ ସଇଲେ ଅଲ୍ଲୀ ଫେରାର ହୋଇ ଯାଇଚି। ଧାମନଗର ଅତିରିକ୍ତ ତହସିଲଦାର ସାଇ ସିଲୋନନା ଙ୍କ ଉପସ୍ଥିତି ରେ ଚୋରା ବ୍ରାଉନ ସୂଗାର ସମେତ ବୁଲେଟ ଓ ଗୋଟେ ମୋବାଇଲ୍ କୁ ଜବତ କରା ଯାଇଥିଲା।ଧାମନଗର ପୋଲିସ ଅଭିଯୁକ୍ତ ଙ୍କ ବିରୋଧ ରେ କେଶ ନମ୍ବର ୪୭୧/୨୫ ରେ ମାମଲା ରୁଜୁ କରି ଘଟଣା ର ଅଧିକ ତଦନ୍ତ କରୁଛନ୍ତି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande