
ଭଦ୍ରକ, ୧୦ ଡିସେମ୍ବର (ହି.ସ.) -ଧର୍ମରକ୍ଷା ସମିତି ତରଫରୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରେରଣ କରାଯାଇଛି । ସାଧାରଣତ ସମସ୍ତ ସରକାରୀ ଅନୁଷ୍ଠାନ ରବିବାର ଛୁଟି ହେଉଥିବା ବେଳେ ସରକାରୀ ଉର୍ଦ୍ଦୁ ସ୍କୁଲ ଗୁଡିକ ବିଗତ ସରକାରଙ୍କ ସମୟରୁ ଶୁକ୍ରବାର ଛୁଟି ଦିଆଯିବା ଭାରତ ପରି ଏକ ସାର୍ବଭୌମ୍ୟ ଧର୍ମନିରପେକ୍ଷ ଗଣତାନ୍ତ୍ରିକ ରାଷ୍ଟ୍ରରେ ବିଭାଜନକାରୀ ମାନସିକତା ପ୍ରତିୟମାନ ହେଉଛି । ସମ୍ବିଧାନ ଆମର ସର୍ବୋପରି । ଦୁର୍ଭାଗ୍ୟର ବିଷୟ ଭାରତ ସରକାରଙ୍କ ସମ୍ବିଧାନକ ନିର୍ଦ୍ଦେଶକୁ ଉଲ୍ଲଂଘନ କରି ସରକାରୀ ସ୍କୁଲକୁ ଧର୍ମ ଆଧାରିତ ଶୁକ୍ରବାର ଛୁଟି ନିମନ୍ତେ ଡାଇରେକ୍ଟର ଅଫ୍ ଏଲିମେଂଟାରୀ ଏଜୁକେସନ, ଓଡ଼ିଶା ତରଫରୁ ପତ୍ର ନମ୍ବର ୬୮୪ ତା ୧୩,୦୧,୨୦୧୭ କୁ ଆଧାରକରି ଚଳିତବର୍ଷ ୨୮,୧୦,୨୦୨୫ ରେ ପତ୍ର ନମ୍ବର ୧୯୭୨୬ରେ ଭଦ୍ରକ ବ୍ଲକ ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି, ସରକାରୀ ଉର୍ଦ୍ଦୁ ପ୍ରାଇମେରୀ, ୟୁପି, ୟୁଜିଏମ୍ଇ ସ୍କୁଲରେ ଶୁକ୍ରବାର ସାପ୍ତାହିକ ଛୁଟି ଏବଂ ଅନ୍ୟ ଛୁଟି ବିଷୟରେ । ସରକାରୀ ସ୍କୁଲ କୌଣସି ସମ୍ପଦ୍ରାୟର ଉପାସନାର କେନ୍ଦ୍ର ନୁହେଁ । କିନ୍ତୁ ଦିଲ୍ଲୀ ଆତଙ୍କବାଦୀ ଦ୍ୱାରା ବମ ବିସ୍ପୋରଣ ଘଟଣା ଦିନ ଭଦ୍ରକ ବ୍ଲକ ଶିକ୍ଷାଧିକାରୀ ପତ୍ର ନମ୍ବର ୬୩୪୮ ତା ୧୦/୧୧/୨୦୨୫ ରେ ଭଦ୍ରକ ବ୍ଲକ ଓ ମୁନିସିପାଲିଟିରେ ଥିବା ସମସ୍ତ ସ୍କୁଲକୁ ନିର୍ଦ୍ଦେଶ ଦେଇଥିଲେ । ଭଦ୍ରକ ପରି ଅତ୍ୟନ୍ତ ସମ୍ବେଦନଶୀଳ ଜିଲ୍ଲାରେ ପ୍ରୟୋଗାତ୍ମକ କାର୍ଯ୍ୟକଳାପ ଓ ବିଶେଷ ସମ୍ପଦ୍ରାୟର ଆସ୍ଥା ନାମରେ ଏକ ବିରାଟ ଷଡ଼ଯନ୍ତ୍ର ଅନୁଭୂତ କରାଉଛି। ସରକାରୀ ସ୍କୁଲରେ ଶୁକ୍ରବାର ଛୁଟି ଯଦି ଉଚିତ ଅଛି ତେବେ ହିନ୍ଦୁ ଧର୍ମର ମାନ୍ୟତା, ଧାର୍ମିକ ଆସ୍ଥା ଓ ବ୍ୟବସ୍ଥା ନିମନ୍ତେ ହିନ୍ଦୁ ଛାତ୍ରଛାତ୍ରୀ ବହୁଳ ସ୍କୁଲ, କଲେଜ ମାନଙ୍କୁ ଗୁରୁବାର ଛୁଟି ଘୋଷଣା ତୁରନ୍ତ କରାଯାଉ ବୋଲି ସମିତିର ସଂରକ୍ଷକ ମାନସ ମହାନ୍ତି ଦାବି କରିଥିଲେ । ନଚେତ ଯେଉଁ ଅଧିକାରୀମାନେ ଏପରି ଷଡ଼ଯନ୍ତ୍ର କରିଛନ୍ତି ସେମାନଙ୍କ ବିରୋଧରେ ଭାରତ ସମ୍ବିଧାନ ବିରୋଧି, ରାଷ୍ଟ୍ର ବିରୋଧି ଅପରାଧୀକ ଧାରା ସହ ଗିରଫ କରାଯାଉ ଏବଂ ଉକ୍ତ ଆଦେଶକୁ ପ୍ରତ୍ୟାହାର କରାଯାଉ । ନଚେତ ଆଗାମୀ ସାତଦିନ ପରେ ସମ୍ପୁର୍ଣ୍ଣ ସମାଜ ଏହାର ଦୃଢ ବିରୋଧରେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ କରିବାକୁ ବାଧ୍ୟ ହେବ ବୋଲି ଧର୍ମ ରକ୍ଷା ସମିତିର ନଗର ସଭାପତି ସନ୍ତୋଷ କୁମାର ପରିଡା କହିଥିଲେ । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ରବିନାରାୟଣ ସାହୁଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ସଂଗଠନର ସଂପାଦକ ସଞ୍ଜିବ ଦାସ, ବଳରାମ ଜେନା, ସୌମ୍ୟରଞ୍ଜନ ବାରିକ, ଅଜିତ ଦାସ, ଉପ ସଭାପତି ଜିତେଶ ମୋଦୀ, ତପନ ମହାନ୍ତି, ଅଶ୍ୱନୀ ଦାସ, ରଘୁନାଥ ପାଢୀ, ବ୍ରହ୍ମାନନ୍ଦ ସାହୁ, ବିଜୟ ବେହେରା, , କୋଷାଧକ୍ଷ ବିଭାସ ନାଥ, ଗୌରାଙ୍ଗ ସାହୁ, ରଞ୍ଜନ ବେହେରା, ପ୍ରଭାତ ନାଥ ପ୍ରମୁଖ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ