
ଜୟପୁର,, 10 ଡିସେମ୍ବର (ହି.ସ.)କେନ୍ଦ୍ରୀୟ ଯୋଜନା କାୟାକଳ୍ପ ମାଲକାନଗିରି ଜିଲ୍ଲା ଚିକିତ୍ସାଳୟର ଏକ ଟିମ ଆଜି ଜୟପୁର ଜିଲ୍ଲା ଚିକିତ୍ସାଳୟର ବିଭିନ୍ନ ଵାର୍ଡ ବୁଲି ଦେଖିଥିଲେ। ଏହି ଟିମ ପହଞ୍ଚିବା ପରେ ଜିଲ୍ଲା ଚିକିତ୍ସାଳୟ ବେଶ ଚଳଚଞ୍ଚଳ ହୋଇ ଉଠିଥିଲା। ଟିମର କର୍ମକର୍ତ୍ତା ମାନେ ସ୍ତ୍ରୀ ଓ ପ୍ରସୂତି ଵାର୍ଡ, ଆଶୁ ଚିକିତ୍ସା କେନ୍ଦ୍ର, ଅପରେସନ ଥିଏଟର, ନବ ନିର୍ମିତ ମେଡିକାଲ କୋଠା,ନିରାମୟ େଓୗଷଧ ବିତରଣ କେନ୍ଦ୍ର ଆଦି ବୁଲି ଦେଖିଥିଲେ। ରୋଗୀଙ୍କୁ ଚିକିତ୍ସା ସେବା, ପରିମଳ ବ୍ୟବସ୍ଥା ମଧ୍ୟ କାୟାକଳ୍ପ ଟିମ ଦେଖିଥିଲେ। ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧିକାରୀ ଡିଏମଓ ଡ. ଅକ୍ଷୟ ରଥ, ସୁପରିଟେଣ୍ତେଣ୍ଟ ଡା.ବାଲି ଜୟାବାଦୁ, ଡା. ସସ୍ମିତା ଦାସ, ଡା.ଅରବିନ୍ଦ ନେପାକ ମାନେ କାୟାକଳ୍ପଟିମର ଅଧିକାରୀ ଡା.ସୌଭାଗ୍ୟ ରାଣାସି˚, ବିଶ୍ବଜିତ ପୃଷ୍ଟି ଓ ସଚିନ କୁମାର ଗରଡାଙ୍କ ସହ ମିଶି ମେଡିକାଲ ପରିଦର୍ଶନରେ ସହଯୋଗ କରିଥିଲେ। ଚିକିତ୍ସା ସେବା ଯୋଗାଇବାରେ ଅବହେଳା ଓ ବିପର୍ଯ୍ୟସ୍ତ ସୁରକ୍ଷା ବ୍ୟବସ୍ଥା, ପରିମଳ ବ୍ୟବସ୍ଥା ନେଇ ସବୁବେଳେ ଚର୍ଚ୍ଚା ହେଉଥିବା ନେଇ ଅଭିଯୋଗ ହେଉଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି