
ଭୁବନେଶ୍ୱର,୧୦ ଡିସେମ୍ବର (ହି.ସ.) - ମହାନଦୀ ଜଳ ବିବାଦର ସମାଧାନ ଓଡ଼ିଶାରେ ନାହିଁ। ଛତିଶଗଡ ଓ ଦିଲ୍ଲୀରେ ଏହାର ସମାଧାନ ହୋଇପାରିବ ବୋଲି କହିଛନ୍ତି ବିଜେଡି ବିଧାୟକ ଧ୍ରୁବ ସାହୁ। ସେ କହିଛନ୍ତି ବର୍ତମାନ୍ ଟ୍ରିପୁଲ ଇଞ୍ଜିନ ସରକାର ଥିବାରୁ ତ୍ୱରିତ ସମାଧାନ ହେବା ଆବଶ୍ୟକ। ଛତିଶଗଡ ଓ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ସମାଧାନର ରାସ୍ତା ବାହାର କରନ୍ତୁ। ଯାହା ପ୍ରତିଶ୍ରୁତି ଦେଇଥିଲେ ସରକାର ପାଳନ କରନ୍ତୁ। ସର୍ବଦଳୀୟ କମିଟି ସ୍ୱାଗତଯୋଗ୍ୟ କିନ୍ତୁ ଟ୍ରିପଲ ଇଞ୍ଜିନ ସରକାର ତ୍ୱରିତ ସମାଧାନ କରିବା ଆବଶ୍ୟକ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା