
କୋରେଇ, ୧୦ ଡିସେମ୍ବର (ହି.ସ.) - ଅସହାୟ ଭାବେ ରହିଥିବା ଜଣେ ବୃଦ୍ଧାଙ୍କର ମୃତ୍ୟୁ ପରେ ତାଙ୍କର ଶବ ସତ୍କାର କରିବା ସହିତ ଏକାଦଶାହ କ୍ରିୟା ବୃଦ୍ଧାଶ୍ରମରେ ପାଳନ କରିଛନ୍ତି କୋରାଇର ସୁପରିଚିତ ନିସ୍ୱାର୍ଥପର ସମାଜସେବା ସଙ୍ଗଠନର ସଦସ୍ୟ ମାନେ । ପ୍ରକାଶଯେ କୋରାଇ ବ୍ଲକ ଅନ୍ତର୍ଗତ ଗୈାରପୁର ପଂଚାୟତର ଇଚ୍ଛାପୁର ଗ୍ରାମରେ ଏକ ପଲିଥିନ ତଳେ ଆଶ୍ରୟ ନେଇଥିବା ଏକ ବୃ୍ଦ୍ଧଦମ୍ପତି ନିରଂଜନ ଜେନା (୮୦) ଓ ତାଙ୍କ ପତ୍ନୀ ଦୁôଃଖି (୭୬) ଦୟନୀୟ ଅବସ୍ଥାରେ ରହିଥିଲେ। ଏକଥା ଜାଣିବା ପରେ ଉକ୍ତ ସଙ୍ଗଠନର ସଦସ୍ୟମାନେ ନିଜ ନିଜ ଭିତରେ ଚାନ୍ଦା ଆଦାୟ କରି ଉକ୍ତ ଦମ୍ପତିଙ୍କ ନିମନ୍ତେ ଏକ ବଖରା ଆଜବେଷ୍ଟସ ଘରଟିଏ ନିର୍ମାଣ କରିଦେଇଥିଲେ। କିନ୍ତୁ ଗତ ୨୦୨୪ ଡ଼ିସେମ୍ବର ୧୮ ତାରିଖ ଦିନ ନିରଂଜନ ରୋଗରେ ପଡ଼ି ମୃତ୍ୟୁ ବରଣ କରିବା ପରେ ସଙ୍ଗଠନର ସଦସ୍ୟ ମାନେ ତାଙ୍କର ଶବସତ୍କାର କରିବା ସହିତ ଏକାଦଶାହ କ୍ରିୟା ପାଳନ କରିଥିଲେ। ତେବେ ଗତ ମାସ ୨୮ ତାରିଖ ଦିନ ଦୁଃଖି ମଧ୍ୟ ମୃତ୍ୟୁ ବରଣ କରିଥିଲେ। ସଙ୍ଗଠନର ସଦସ୍ୟ ମାନେ ପହଂଚି ଦୁôôଃଖିଙ୍କର ମଧ୍ୟ ଶବ ସତ୍କାର କରିଥିଲେ। ପରେ ଦୁଃଖିଙ୍କର ଏକାଦଶାହ କ୍ରିୟାକୁ ପାଣିକୋଇଲିସ୍ଥିତ ବୃଦ୍ଧାଶ୍ରମ ଶେଷ ପରିଚୟରେ ପାଳନ କରିଛନ୍ତି। ପ୍ରାରମ୍ଭରେ ଦୁଃଖିଙ୍କ ଆତ୍ମାର ସଦଗତି ନିମେନ୍ତ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏଥି ନିମନ୍ତେ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ନିମନ୍ତେ ଖାଦ୍ୟପେୟର ବ୍ୟବସ୍ଥା କରିଥିଲେ। କାର୍ଯ୍ୟକ୍ରମରେ ପାଣିକୋଇଲି ଥାନାଧିକାରୀ ରଂଜିତ ମହାନ୍ତି,ରାଜପଥ ପେଟ୍ରୋଲିଂ ଅଧିକାରୀ ଅଶୋକ ବଳ,ବରିଷ୍ଠ ସାମ୍ବାଦିକ ସୁବାସ ଧଳ, ପ୍ରଦୀପ ମାଝୀ, ତାରିଣୀ କୁମାର ପଟ୍ଟନାୟକ, କୁନା ମହୀ ପ୍ରମୁଖ ଯୋଗ ଦେଇଥିବା ବେଳେ ଗ୍ରୁପର ସଭାପତି ମେଘନାଦ ଜେନା,ସମ୍ପାଦକ ବିନାୟକ ବେହେରା, ଜଗବନ୍ଧୁ ବୋଇତେଇ, ନିରଂଜନ ବେହେରା, ପ୍ରଭଂଜନ ସାହୁ, ସୋନାଲି ସାମଲ, ଦିବାକର ବେହେରା, ସରସ୍ୱତୀ ଜେନା, ସରୋଜ ବୋଇତାଇ, ରାଧେଶ୍ୟାମ ସାହୁ, ଅଜିତ ମଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ