ସରକାରୀ ମହିଳା ମହାବିଦ୍ୟାଳୟର  ଦ୍ବିଦିବସୀୟ ବାର୍ଷିକ କ୍ରୀଡା ଉଦଯାପିତ
ବଲାଙ୍ଗିର, 10 ଡିସେମ୍ବର (ହି.ସ.) ସୁସ୍ଥ ମନ ସୁସ୍ଥ ଶରୀର ଗଠନରେ ସହାୟକ। ସୁସ୍ଥ ଶରୀର ହିଁ ସମୃଦ୍ଧ ବ୍ୟକ୍ତିତ୍ୱର ପରିଚାୟକ। ଏ ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ସରକାରୀ ମହିଳା ମହାବିଦ୍ୟାଳୟ ବାଲାଙ୍ଗୀରର ଦ୍ବିବସୀୟ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ ହୋଇଯାଇଛି।ଉଦଯାପନୀ ଦିବସ ତଥା ପୁରସ୍କାର ବିତରଣ
ସରକାରୀ ମହିଳା ମହାବିଦ୍ୟାଳୟର  ଦ୍ବିଦିବସୀୟ ବାର୍ଷିକ କ୍ରୀଡା ଉଦଯାପିତ


ବଲାଙ୍ଗିର, 10 ଡିସେମ୍ବର (ହି.ସ.) ସୁସ୍ଥ ମନ ସୁସ୍ଥ ଶରୀର ଗଠନରେ ସହାୟକ। ସୁସ୍ଥ ଶରୀର ହିଁ ସମୃଦ୍ଧ ବ୍ୟକ୍ତିତ୍ୱର ପରିଚାୟକ। ଏ ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ସରକାରୀ ମହିଳା ମହାବିଦ୍ୟାଳୟ ବାଲାଙ୍ଗୀରର ଦ୍ବିବସୀୟ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ ହୋଇଯାଇଛି।ଉଦଯାପନୀ ଦିବସ ତଥା ପୁରସ୍କାର ବିତରଣୀ ଉତ୍ସବରେ ଅଧ୍ୟକ୍ଷ ଡ଼ ଅରବିନ୍ଦ କୁମାର ଓଝା ସଭାପତିତ୍ୱ କରିଥିବାବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ପରାଶର ବାଗ ଯୋଗ ଦେଇଥିଲେ। ଉପସଭାପତି ରତିକାନ୍ତ ନାଏକ, ଡ଼ ଅନୁରାଧା ମିଶ୍ର, ସୂଚୀତା ଦୋରା କ୍ରୀଡ଼ା ସଂସଦ ସମ୍ପାଦିକା ସୋହାନି ସାହୁ ପ୍ରଭୃତି ମଂଚାସୀନ ଥିଲେ।

ବିଗତ ୦୯ତାରିଖରୁ ଆରମ୍ଭ ହୋଇଥିବା ଉକ୍ତ ବାର୍ଷିକ କ୍ରୀଡ଼ା ଉତ୍ସବରେ ମହାବିଦ୍ୟାଳୟର ଉଭୟ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ତଥା ସ୍ନାତକୋତ୍ତର ଶ୍ରେଣୀର ଛାତ୍ରୀଙ୍କ ମଧ୍ୟରେ ଏକାଧିକ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ୫୧ତମ ସଂଖ୍ୟା ଛୁଇଁ ଥିବା ବେଳେ ଏଥର ଏକାଧିକ ନୂତନ କ୍ରୀଡ଼ା ପ୍ରତିଯୋଗିତା ସାମିଲ କରାଯାଇଥିଲା। ଉଦଯାପନୀ ଦିବସର ସଭାକୁ ଡ଼ଃ ଅନୁରାଧା ମିଶ୍ର ସଂଚାଳନ କରିଥିବା ବେଳେ ଛାତ୍ରୀ ସୋହାନି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଚଳିତ ବର୍ଷ ଯୁକ୍ତଦୁଇ ସ୍ତର ପାଇଁ ଶ୍ରୀୟଙ୍କା ଫରିକର ଏବଂ ଯୁକ୍ତ ତିନି ତଥା ସ୍ନାତକୋତ୍ତର ଶ୍ରଦ୍ଧାଞ୍ଜଳି ମିଶ୍ର ଚମ୍ପିଆନ ଆଖ୍ୟା ଅର୍ଜନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande