


ସୁବର୍ଣ୍ଣପୁର, ୧୦ ଡିସେମ୍ବର(ହି.ସ.) – ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଲିଙ୍ଗଭିତିକ ହିଂସା ନିରାକରଣ ସଚେତନତା ପକ୍ଷ - ୨୦୨୫ ଜିଲ୍ଲା ତାଲିମ କେନ୍ଦ୍ର ,ସୁବର୍ଣ୍ଣପୁର ଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା ଉଷାରାଣୀ ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଯାଇଅଛି। ଉକ୍ତ ସଭାରେ ଡିଏଲଏସଏ ସେକ୍ରେଟାରୀ ଦେବାଶିଷ ଦାଶ, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ପରିବାର କଲ୍ୟାଣ ଡ଼ା ଦୈତ୍ୟ ନାରାୟଣ ପାଢ଼ୀ, ଅଧ୍ୟକ୍ଷ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡା.ଦୁର୍ଗାଦତ ଦାଶ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ରୋଗ ନିୟନ୍ତ୍ରଣ ଡ଼ା ରମେଶ ଚନ୍ଦ୍ର ସ୍ୱାଇଁ , ଡିଏସଡବ୍ଲୁଓ ନିବେନିତା ଗୁରୁ ଓ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ରୂପକ କୁମାର ମହାପାତ୍ର ଉପସ୍ଥିତ ରହି ଆଜିକାର ଦିବସ ର ସ୍ୱାସ୍ଥ୍ୟ ବାର୍ତା - ଉପରେ ଗୁରୁତ୍ୱାରୋପ କରି ସମ୍ମାନର ସହିତ ବଂଚିବା ସମସ୍ତ ମହିଳା ଓ ଝିଅ ମାନଙ୍କର ମୌଳିକ ଅଧିକାର’ ଲିଙ୍ଗଭିତିକ ହିଂସା ଏକ ଜନସ୍ୱାସ୍ଥ୍ୟ ସମସ୍ୟା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଆମେ ସମସ୍ତେ ମିଶି ଏକ ସୁସ୍ଥ ସୁନ୍ଦର ସମାଜ ଗଠନ ରେ ସହାୟକ ହୋଇପାରି୍ୱା ବୋଲି କହିଥିଲେ ଓ ଏ ଉପରେ ଆଲୋଚନା କରିଥିଲେ ଓ ମହିଳାମାନଙ୍କ ମାନବିକ ଅଧିକାର ଯେମିତି କ୍ଷୁର୍ଣ୍ଣ ନହେବ ସେଥିପ୍ରତି ଯତ୍ନବାନ ହେବାକୁ ଅତିଥିମାନେ କହିଥିଲେ। ସକ୍ଷୀ କେନ୍ଦ୍ରରେ ଉପଲବ୍ଧ ସହାୟତା ଉପରେ ବିଶେଷ ଆଲୋଚନା ହୋଇଥିଲା। ଉକ୍ତ ସଭାରେ ଅଧ୍ୟକ୍ଷ, ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ, ବ୍ଲକ କାର୍ଯ୍ୟକ୍ରମ ପରିଚାଳକ, ବ୍ଲକ ଆକାଉଂଟ ପରିଚାଳକ, ସକ୍ଷୀ, ରେଆର ଶ୍ରଦ୍ଧା ସଂସ୍ଥାର ପରାମର୍ଶଦାତା ତଥା କର୍ମଚାରୀ ବୃନ୍ଦ, ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଅଧିକାରୀ ବୃନ୍ଦ ଏବଂ ସାମ୍ବାଦିକ ବନ୍ଧୁମାନେ ଉପସ୍ଥିତ ଥିଲେ। ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ ସଭା ପରିଚାଳନା କରିଥିବାବେଳେ ପ୍ରମୋଦ କୁମାର ସାହୁ ସ୍ୱାସ୍ଥ୍ୟ ପରିଦର୍ଶକ, ସୋଭାନା ଦାସ ଏଏମ୍ଏଲ୍ ଏ ଏଣ୍ଡ ଆଇଏସ ଓ ତରଣିସେନ୍ ପ୍ରଧାନ ଆଶା ସଂଜୋଜକ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। ଶେଷରେ ରୂପକ କୁମାର ମହାପାତ୍ର ଜିଲ୍ଲା ପ୍ରୋଜେକ୍ଟ ମ୍ୟାନେଜର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏକ ପୋଷ୍ଟର ପ୍ରଦର୍ଶନ କରାଯାଇ ସମସ୍ତ ଙ୍କୁ ସଚେତନ ପାଇଁ ବଂଟନ କରାଯାଇଥିଲା। ଶେଷରେ ବିନିକା ସିଏସସିର ପବ୍ଲିକ ହେଲ୍ଥ ଏକ୍କଟେନସନ ଅଫିସର୍ ଅକ୍ରୁର କୁମାର ହୋତାଙ୍କ ଦ୍ୱାରା ପଠନ କବିତା ଝିଅ ସମସ୍ତଙ୍କୁ ଭାବ ବିହ୍ୱଳ କରି ପକାଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ