
ଜୟପୁର, 10 ଡିସେମ୍ବର (ହି.ସ.)- କୋରାପୁଟ ରେଲେଵ ସେବା କେନ୍ଦ୍ର ପରିସରରେ ବିଶାଖାପାଟଣା ମେଡିକଭର କ୍ୟାନସର ବିଭାଗ ପକ୍ଷରୁ ମଗଣା ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଏଡିଏମଓ ଜି.ଲଳିତା କୁମାରୀଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି ଶିବିରରେ ମୋଟ ୭୦ଜଣ ରୋଗୀଙ୍କ ଚିକିତ୍ସା କରାଯାଇଥିଲା। ବିଶାଖାପାଟଣାରୁ ଆସିଥିବା ଅଙ୍କୋଲୋଜିଷ୍ଟ ଡାକ୍ତର ଶାମ୍ବା ସିବା ରାଓ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଏହି ଶିବିରର ଉଦଘାଟନ କରିଥିଲେ। ପ୍ରଥମେ ରୋଗୀ ମାନଙ୍କ ବ୍ଲଡ ସାମ୍ପଲ କଲେକ୍ସନ କରିବା ପରେ କ୍ୟାନସର ରୋଗର ନିରାକରଣ ଓ ଅସ୍ତ୍ରୋପଚାର ବିଷୟରେ ଡାକ୍ତର ଶ୍ରୀ ରାଓ ରୋଗୀ ମାନଙ୍କୁ ସମ୍ୟକ ସୂଚନା ଦେଇଥିଲେ। ବୋନ କ୍ୟାନସର, ସ୍ତନ କ୍ୟାନସର, ରୋବଟିକ ଅସ୍ତ୍ରୋପଚାର ବିଷୟରେ ବୁଝାଇବା ସହ ମାଗଣାରେ ଓଷଧ ପ୍ରଦାନ କରିଥିଲେ। ପ୍ରଥମଥର ପାଇଁ ମେଡିକଭର ଚିକିତ୍ସାଳୟ ପକ୍ଷରୁ ଏହିପରି ପଦକ୍ଷେପ ନିଆଯାଇଥିବା ଯୋଗୁଁ ସମସ୍ତ କର୍ମକର୍ତ୍ତାଙ୍କୁ କୋରାପୁଟ ରେଳବିଭାଗ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା। ଆସନ୍ତା କାଲି ଜଗଦଲପୁର ଠାରେ ତାଙ୍କ କ୍ୟାମ୍ପ କରିବେ ବୋଲି ସୂଚନା ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି