ଜୟପାଟଣା ଏବଂ ପ୍ରତାପପୁର ମଣ୍ଡି ଉଦଘାଟିତ ଦୁଇ ମଣ୍ଡିରୁ ୪ଜଣ ଚାଷୀଙ୍କ ଧାନ କିଣା ହେଲା
ମୁଖୀଗୁଡା,୧୦ ଡିସେମ୍ବର (ହି. ସ) - ଆଜି କଳାହାଣ୍ଡି ଜିଲ୍ଲା ଜୟପାଟଣା ଏବଂ ପ୍ରତାପପୁର ମଣ୍ଡି ଉଦଘାଟିତ ହୋଇ ୪ଜଣ ଚାଷୀଙ୍କ ଧାନ କିଣା ଯାଇଛି । ଜିଲ୍ଲା ପରିଷଦ ସଭ୍ୟା ମଧୁମିତା ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜୟପାଟଣା ମଣ୍ଡି ଉଦ୍ଘାଟନ କରିଥିଲେ । ଜୟପାଟଣା ଆରଏମସି ସମ୍ପାଦକ ଭୁବନେଶ୍ୱର ବେହେର
Pa ks


Pacs


ମୁଖୀଗୁଡା,୧୦ ଡିସେମ୍ବର (ହି. ସ) - ଆଜି କଳାହାଣ୍ଡି ଜିଲ୍ଲା ଜୟପାଟଣା ଏବଂ ପ୍ରତାପପୁର ମଣ୍ଡି ଉଦଘାଟିତ ହୋଇ ୪ଜଣ ଚାଷୀଙ୍କ ଧାନ କିଣା ଯାଇଛି । ଜିଲ୍ଲା ପରିଷଦ ସଭ୍ୟା ମଧୁମିତା ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜୟପାଟଣା ମଣ୍ଡି ଉଦ୍ଘାଟନ କରିଥିଲେ । ଜୟପାଟଣା ଆରଏମସି ସମ୍ପାଦକ ଭୁବନେଶ୍ୱର ବେହେରା ,ଏମ.ଆଇ ଦେବାଶିଷ ପାଢ଼ୀ, ପେକ୍ସ ମୂଖ୍ୟ କାର୍ଯ୍ୟନିର୍ବାହୀ ଅବିନାଶ ପଣ୍ଡା, ଚାଷୀ ବଳଭଦ୍ର ମିଶ୍ର, ପ୍ରଶାନ୍ତ ମୁଣ୍ଡ , ୟୁସୁଫ ଖାଁ, ଏମ, ଭେଙ୍କେଟ, ରଜନୀ ସାହୁ ,ସୁନୀଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଆଜି ଜୟପାଟଣା ମଣ୍ଡିରୁ ଚାଷୀ ଏମ. ରାଣୀଙ୍କ ୪୯.୪୦,ସୁବାସ ଅଗ୍ରୱାଲଙ୍କ୬୭.୬୪, କିଶୋରୀ ରାଉତଙ୍କ ୨୮.୮୮କୁଇଂଟାଲ ଧାନ କିଣା ଯାଇଥିଲା । ସେହିପରି ଜୟପାଟଣା ପେକ୍ସ ନିର୍ଦେଶକ ସଂଯୁକ୍ତା ଅଗ୍ରୱାଲ ପ୍ରତାପପୁର ମଣ୍ଡି ଉଦଘାଟନ କରିଥିଲ। ନୋଡାଲ ଅଫିସର ଜିତେନ୍ଦ୍ର ନାଏକ, କ୍ରୟ ଅଧିକାରୀ ନିହାର ରଂଜନ ହୋତା,ଚାଷୀ ଘାସିରାମ ଦିଶାରି, ମିନକେତନ ପୁଝାରୀ , ନବୀନ ଧଙ୍ଗଡା ମାଝୀ, ଶଶୀ ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ଆଜି ପ୍ରତାପପୁର ମଣ୍ଡିରେ ଜଣେ ଚାଷୀ ଗଗନ ଦିଶାରୀଙ୍କ ୭୫.୪୩ କୁଇଂଟାଲ ଧାନ କିଣାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ନିହାର


 rajesh pande