
ଭୁବନେଶ୍ୱର, ୧୦ ଡିସେମ୍ବର (ହି.ସ.) - ଇଡ଼କୋ ପ୍ରଦର୍ଶନୀ ପଡିଆ ଠାରେ ୧୮ତମ ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ ମେଳା ୨୦୨୫ ବୁଧବାର ଉଦଘାଟିତ ହୋଇଯାଇଛି.। ଉଦ୍ଘାଟନୀ ସମାରୋହରେ ଜଙ୍ଗଲ ଓ ପରିବେଶ, ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଏହି କଳିଙ୍ଗ ହର୍ବାଲ ମେଳା କେବଳ ଏକ ମେଳା ନୁହେଁ, ଏହା ଆମର ପରମ୍ପରା, ଆୟୁର୍ବେଦ ଐତିହ୍ୟ, ଜଙ୍ଗଲ ଓ ପ୍ରକୃତିର ଦାନକୁ ସମ୍ମାନ କରିବାର ଏକ ଅତ୍ୟନ୍ତ ଗର୍ବର ମଞ୍ଚ। ଏହା ଆମ ଓଡ଼ିଶା ମାଟିର, ଆମ ଜନତାଙ୍କ ଜ୍ଞାନ ଓ ସମ୍ପଦର ଏକ ଅପୂର୍ବ ପ୍ରଦର୍ଶନୀ। ଓଡ଼ିଶାକୁ ଦେଶର ଅନ୍ୟତମ ଶୀର୍ଷ ଔଷଧୀୟ ଉଦ୍ଭିଦ ଉତ୍ପାଦର ବଜାର ହିସାବରେ ପରିଚିତ କରିବା ପାଇଁ କଳିଙ୍ଗ ହର୍ବସ ନାମରେ ବ୍ରାଣ୍ଡିଂ କରାଯାଇ ଏହାର ଗୁଣବତ୍ତା, ବିପଣନ ପାଇଁ ରାଜ୍ୟ ବାହାର ସଂସ୍ଥା ସହିତ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଉଛି.। ଗୁଣାତ୍ମକ ଆୟୁର୍ବେଦିକ ଔଷଧ ପ୍ରସ୍ତୁତ କରିବା, ଗବେଷଣାକୁ ପ୍ରୋତ୍ସାହିତ କରିବା ଓ ସ୍ଥାନୀୟ ଚାଷୀମାନଙ୍କୁ ନ୍ୟାୟଯୁକ୍ତ ମୂଲ୍ୟ ପ୍ରଦାନ କରିବା କ୍ଷେତ୍ରରେ କବକ୍ଷସଦ୍ଭଶବ ଐରକ୍ସଭଗ୍ଦ ଅସାଧାରଣ କାର୍ଯ୍ୟ କରିବ ବୋଲି ଆମେ ଆଶାବାଦୀ। କଳିଙ୍ଗହର୍ବାଲ ମେଳା ଏହି ଲକ୍ଷ୍ୟକୁ ଅଧିକ ଗତିଶୀଳ କରିବ ବୋଲି ଶ୍ରୀ ସାହୁ ମତବ୍ୟକ୍ତ କରିଥିଲେ ।
ବିଶିଷ୍ଟ ଅତିଥି ଭାବେ ମୁଖ୍ୟ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ ସୁରେଶ ପନ୍ଥ, ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ତଥା ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ, ଶ୍ରୀ ପ୍ରେମ କୁମାର ଝା ଏବଂ ଓଡିଶା ବନାଞ୍ଚଳ ଉନ୍ନୟନ ସମିତିର ପ୍ରକଳ୍ପ ନିର୍ଦେଶକ ଡ଼. କେ. ମୁରୁଗେଶନ ସେମାନଙ୍କ ଅଭିଭାଷଣରେ ଔଷଧୀୟ ଉଦ୍ଭିଦର ସୁରକ୍ଷା ଏବଂ ପାରମ୍ପରିକ ଔଷଧ ବ୍ୟବସ୍ଥାକୁ ସାମଗ୍ରୀକ ଭାବରେ ଆଗକୁ ବଢ଼ାଇବାରେ ଏହି ଏହି ମେଳା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଆଶା ପ୍ରକଟ କରିଥିଲେ । ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଔଷଧୀୟ ଉଦ୍ଭିଦ କ୍ଷେତ୍ରର ମୁଖ୍ୟ ହିତାଧୁକାରୀମାନଙ୍କ ମଧ୍ୟରେ ସମ୍ପର୍କ, ବ୍ୟବସାୟ, ଶିକ୍ଷା, ଓ ସଚେତନ?ତା ବୃଦ୍ଧି କରିବା: ଆୟୁର୍ବେଦ, ଯୋଗ, ପ୍ରାକୃତିକ ଚିକିତ୍ସା, ୟୁନାନୀ, ସିଦ୍ଧ ଓ ହୋମିଓପାଥୁର ପ୍ରଚାର କରିବା ଏବଂ ଦର୍ଶକମାନଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ପରାମର୍ଶ ଓ ଚିକିତ୍ସା ସୁବିଧା ପ୍ରଦାନ ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଔଷଧୀୟ ଉଦ୍ଭିଦ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ କାର୍ତ୍ତିକ ଭି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଏବଂ ଉପ ବନ ସଂରକ୍ଷକ ଶ୍ରୀ ଦେବାପ୍ରିୟ କମ୍ପ ଧନ୍ୟବାଦ ଅର୍ପଣ କରିଥଲେ। ସମାରୋହରେ ବନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ସରକାରୀ ଆୟୁର୍ବେଦିକ ଓ ହୋମିଓପାଥ୍ ଡାକ୍ତର, ବୈଦ୍ୟ, ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀ ମାନେ ଯୋଗ ଦେଇଥିଲେ । ପ୍ରକାଶ ଥାଇ କି ଚଳିତ ବର୍ଷ ୧୩୦ରୁ ଅଧିକ ଷ୍ଟଲ ସହ ଏହି ମେଳା ରେ ଅଂଶ ଗ୍ରହଣ କରିଛନ୍ତି। ନିଶୁଳ୍କ ଆୟୁର୍ବେଦ,ହୋମିଓପାଥି ଚିକିତ୍ସା, ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ କ୍ୱିଜ୍ ସଚେତନତା ଅଭିଯାନ, ଔଷଧୀୟ ଉଦ୍ଭିଦ ସମ୍ବନ୍ଧୀୟ ବିଭିନ୍ନ କର୍ମଶାଳା, ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ମୋଟ ସାତଦିନ ଧରି ଏହି ମେଳା ଲୋକମାନଙ୍କ ମଧ୍ୟରେ ଆୟୁର୍ବେଦର ପ୍ରଚାର ଓ ପ୍ରସାରରେ ସହାୟକ ହେବ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା