କେନ୍ଦ୍ରାପଡ଼ା କ୍ରେଡିକ କୋ-ଅପରେଟିଭ ପକ୍ଷରୁ ଦିବ୍ୟାଙ୍ଗଙ୍କୁ ଚିକିତ୍ସା ସହାୟତା
କେନ୍ଦ୍ରାପଡ଼ା, ୧୦ ଡିସେମ୍ବର(ହି.ସ.) – କେନ୍ଦ୍ରାପଡ଼ା କ୍ରେଡିଟ କୋଅପରଟିଭ ସୋସାଇଟି ଲି.ର ମୁଖ୍ୟ ଶାଖା ପକ୍ଷରୁ ସହରର ମୀରପାଟଣା ଅଂଚଳର ଦିବ୍ୟାଙ୍ଗ(ଦୃଷ୍ଟିହୀନ) ଯୁବକ ଗୋଲକ ନାୟକଙ୍କୁ ଚିକିତ୍ସା ସହାୟତା ପ୍ରଦାନ କରାଯାଇଛି। ଗୋଲକଙ୍କ ଷ୍ଟୋନ ଅପରେସନ ପାଇଁ ଆର୍ôଥକ ସମସ୍ୟା ରହିଥିଲା। ଯାହା ଫଳରେ ସେ
କେନ୍ଦ୍ରାପଡା କ୍ରେଡିକ କୋ-ଅପରେଟିଭ ପକ୍ଷରୁ ଦିବ୍ୟାଙ୍ଗଙ୍କୁ ଚିକିତ୍ସା ସହାୟତା


କେନ୍ଦ୍ରାପଡ଼ା, ୧୦ ଡିସେମ୍ବର(ହି.ସ.) – କେନ୍ଦ୍ରାପଡ଼ା କ୍ରେଡିଟ କୋଅପରଟିଭ ସୋସାଇଟି ଲି.ର ମୁଖ୍ୟ ଶାଖା ପକ୍ଷରୁ ସହରର ମୀରପାଟଣା ଅଂଚଳର ଦିବ୍ୟାଙ୍ଗ(ଦୃଷ୍ଟିହୀନ) ଯୁବକ ଗୋଲକ ନାୟକଙ୍କୁ ଚିକିତ୍ସା ସହାୟତା ପ୍ରଦାନ କରାଯାଇଛି। ଗୋଲକଙ୍କ ଷ୍ଟୋନ ଅପରେସନ ପାଇଁ ଆର୍ôଥକ ସମସ୍ୟା ରହିଥିଲା। ଯାହା ଫଳରେ ସେ ଅପରେସନ ପାଇଁ ସକ୍ଷମ ହୋଇ ନଥିଲେ। ଏହି ଖବର କେନ୍ଦ୍ରାପଡ଼ା କ୍ରେଡିଟ କୋଅପରେଟିଭର ସଭାପତି ଶ୍ରୀ ପ୍ରମୋଦ କୁମାର ସାହୁ ଜାଣିବା ପରେ ଗୋଲକଙ୍କ ପରିବାର ସହ ଯୋଗାଯୋଗ କରିଥିଲେ। ବୁଧବାର ମୁଖ୍ୟ କାର୍ଯ୍ୟାଳୟରେ ଦୃଷ୍ଟିହୀନ ଗୋଲକଙ୍କୁ ଶ୍ରୀ ସାହୁ ୧୦ ହଜାର ଟଙ୍କାର ଆର୍ôଥକ ସହାୟତା ପ୍ରଦାନ କରିଛନ୍ତି। ଏହାସହ ଆବଶ୍ୟକ ଥିବା ଅଧିକ ଅର୍ଥ ପାଇଁ ଶ୍ରୀ ସାହୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ଏହି ଅବସରରେ ସଭାପତି ଶ୍ରୀ ସାହୁ କହିଛନ୍ତି ଯେ ବାସ୍ତବିକ ଗୋଲକ ଦୃଷ୍ଟିହୀନ' କିନ୍ତୁ ଜଣେ ସ୍ୱାଭିମାନୀ ମଣିଷ। କାରଣ, ସେ କେନ୍ଦ୍ରାପଡ଼ା କ୍ରେଡିଟ କୋଅପରଟିଭ ସୋସାଇଟି ସହର ଶାଖାରୁ ଥରେ ୩୦ ହଜାର ଓ ଆଉଥରେ ଏକ ଲକ୍ଷ ଟଙ୍କା ଋଣ ନେଇ ଠିକ ସମୟରେ ନିୟମିତ ଭାବେ ପରିଶୋଧ କରିଛନ୍ତି। ଏହାସହ ସେ ସ୍ୱାବଲମ୍ବୀ ହୋଇଛନ୍ତି। ତେଣୁ ଜଣେ ଶ୍ରେଷ୍ଠ ଋଣ ପରିଶୋଧକାରୀ ଭାବେ ତାଙ୍କୁ ପୁରସ୍କୃତ କରାଯାଇଛି। ଏହା କେବଳ ଦିବ୍ୟାଙ୍ଗ କାହିଁକି ପୂର୍ଣ୍ଣାଙ୍ଗ ଋଣ ପରିଶୋଧ କାରୀଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ହୋଇ ରହିବ। ଦୃଷ୍ଟିହୀନ ଗୋଲକ ଏକ ଦୃଷ୍ଟି ହୀନ ଭଜନ ପରିବେଷଣ ଗ୍ରୁପ ଗଠନ କରିଛନ୍ତି। ଏହି ଗ୍ରୁପ ପରିଚାଳନା ପାଇଁ ଯେତେବେଳେ ଅର୍ଥର ଅଭାବ ପଡେ, ତାଙ୍କୁ ଏହି ସମିତି ସାହାଯ୍ୟର ହାତ ବଢାଇ ଥାଏ। ଏହି ସହାୟତା ପ୍ରଦାନ ବେଳେ କ୍ରେଡିଟ କୋଅପରେଟିଭ ସୋସାଇଟିର ସମ୍ପାଦକ ଅରବିନ୍ଦ ସାହୁ, ମୁଖ୍ୟ ଶାଖା ପରିଚାଳକ ପଙ୍କଜ ମଲ୍ଲିକ, ନୋଡାଲ ମ୍ୟାନେଜର ଦିଲ୍ଲୀପ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ ଯେ, ଏହି ସହାୟତାକୁ ଜନସାଧାରଣ ବିଶେଷ କରି ଦିବ୍ୟାଙ୍ଗ ବ୍ୟକ୍ତି ମହଲରେ ବେଶ ପ୍ରଶଂସା କରାଯାଇଛି। ସୋସାଇଟି ଅନେକ ସମାଜସେବା କାର୍ଯ୍ୟ ଯେପରି ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଆର୍ôଥକ ସହାୟତା, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିପନ୍ନଙ୍କୁ ସହାୟତା, ଗରିବ ଓ ଅସହାୟ ରୋଗୀଙ୍କୁ ଚିକିତ୍ସା ସହାୟତା, ଜାତୀୟ ଓ ଆନ୍ତର୍ଜାତୀୟ କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହନ ପ୍ରଦାନ କରିଥାଏ ବୋଲି ଶ୍ରୀ ସାହୁ କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande