ମାଲକାନଗିରି ଲୋମହର୍ଷଣକାରୀ ହତ୍ୟାର ତଦନ୍ତ ଦାବୀ କଲା ସି.ପି.ଆଇ.(ଏମ୍‌)
ଭୁବନେଶ୍ୱର, ୧୦ ଡିସେମ୍ବର (ହି.ସ.) - ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ, ମାରିବେଡ଼ା ପଞ୍ଚାୟତର ରାଖେଲଗୁଡ଼ା ଗ୍ରାମରେ ଆଦିବାସୀ ମହିଳାଙ୍କୁ ନୃଶଂସ ଭାବେ ହତ୍ୟା କରିବା ଘଟଣାରେ ସମଗ୍ର ରାଜ୍ୟ ସ୍ତମ୍ଭିଭୂତ । ହତ୍ୟାକାଣ୍ଡରେ ସଂପୃକ୍ତ ଜଣେ ବଙ୍ଗୀୟ ଶରଣାର୍ଥୀ ପରିବାରର ବ୍ୟକ୍ତିକୁ ଗିରଫ କରି ପୋଲ
ମାଲକାନଗିରି ଲୋମହର୍ଷଣକାରୀ ହତ୍ୟାର ତଦନ୍ତ ଦାବୀ କଲା ସି.ପି.ଆଇ.(ଏମ୍‌)


ଭୁବନେଶ୍ୱର, ୧୦ ଡିସେମ୍ବର (ହି.ସ.) - ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ, ମାରିବେଡ଼ା ପଞ୍ଚାୟତର ରାଖେଲଗୁଡ଼ା ଗ୍ରାମରେ ଆଦିବାସୀ ମହିଳାଙ୍କୁ ନୃଶଂସ ଭାବେ ହତ୍ୟା କରିବା ଘଟଣାରେ ସମଗ୍ର ରାଜ୍ୟ ସ୍ତମ୍ଭିଭୂତ । ହତ୍ୟାକାଣ୍ଡରେ ସଂପୃକ୍ତ ଜଣେ ବଙ୍ଗୀୟ ଶରଣାର୍ଥୀ ପରିବାରର ବ୍ୟକ୍ତିକୁ ଗିରଫ କରି ପୋଲିସ୍ ଓ ପ୍ରଶାସନ ଚୁପ୍ ରହିବା ଆଶ୍ଚର୍ଯ୍ୟକର । ରାଜ୍ୟ ବିଧାନସଭା ଅଧିବେଶନ ଚାଲିଥିବା ବେଳେ ଏହି ହୃଦୟବିଦାରକ ଏବଂ ଲୋମହର୍ଷଣକାରୀ ଆଦିବାସୀ ମହିଳା ହତ୍ୟାକାଣ୍ଡ ଘଟଣା ଓ ହଜାର ହଜାର ଆଦିବାସୀ ଲୋକଙ୍କ ପ୍ରତିବାଦ ମେଳି ସଂପର୍କରେ ଜଣାପଡ଼ିବା ସତ୍ୱେ ରାଜ୍ୟ ବିଜେପି ସରକାରରେ ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ ଥିଲେ ସୁଦ୍ଧା ମୁଖ୍ୟମନ୍ତ୍ରୀ ପଦଟିଏ ମଧ୍ୟ ନକହିବା ଦୁର୍ଭାଗ୍ୟଜନକ ।

ଏହି ପରିପ୍ରେକ୍ଷୀରେ ମାଲକାନଗିରିରେ ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି ସକାଶେ ସି.ପି.ଆଇ.(ଏମ୍‌) ନିବେଦନ କରିଛି । ରାଜ୍ୟ ସରକାର, ବଙ୍ଗୀୟ ଶରଣାର୍ଥୀମାନଙ୍କୁ ଆଇନଗତ ଭାବେ ପ୍ରଦାନ କରାଯାଇଥିବା ଜମି ପରିମାଣ ମଧ୍ୟରେ ସିମୀତ କରିବାକୁ ଏବଂ ବେଆଇନ ଭାବେ ଦଖଲ କରିଥିବା ଜମିର ସଂପୂର୍ଣ୍ଣ ତଦନ୍ତ କରି ବେଦଖଲ କରିବା, ହତ୍ୟାର ଶିକାର ହୋଇଥିବା ମହିଳାଙ୍କ ପରିବାରକୁ ୩୦ଲକ୍ଷ ଟଙ୍କା କ୍ଷତିପୂରଣ, ମାଲକାନଗିରି ଜିଲ୍ଲାରେ ରାଜ୍ୟ ସରକାର ଓଡ଼ିଶା ସିଡ଼୍ୟୁଲ ଏରିଆ ଟ୍ରାନ୍ସଫର ରେଗୁଲେସନ, ୧୯୫୬ - ରୁଲ ୨କୁ କଡ଼ାକଡ଼ି କରିବା ଏବଂ ନିଜଆଡ଼ୁ ତଦନ୍ତ କରି ବେଆଇନ ସତ୍ତ୍ୱେ ଦଖଲ ଜମିରୁ ବେଦଖଲ କରି ଆଦିବାସୀ ଲୋକଙ୍କୁ ପ୍ରଦାନ, ଜିଲ୍ଲାରେ ଜଙ୍ଗଲ ଅଧିକାର ଆଇନ ୨୦୦୬ ଅନୁଯାୟୀ ସମସ୍ତ ଆଦିବାସୀ ପାରମ୍ପରିକ ଅଧିବାସୀମାନଙ୍କୁ ୧୦ଏକର ପର୍ଯ୍ୟନ୍ତ ଜଙ୍ଗଲ ଜମି ପ୍ରଦାନ, ଆଦିବାସୀ ମହିଳା ହତ୍ୟା ଓ ଷଡ଼ଯନ୍ତ୍ରରେ ଲିପ୍ତ ସମସ୍ତ ଦୋଷୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସି.ପି.ଆଇ.(ଏମ୍‌) ଦାବି କରୁଛି ।

ଆଜି ସି.ପି.ଆଇ.(ଏମ୍‌) ଓଡ଼ିଶା ରାଜ୍ୟ ସଂପାଦକମଣ୍ଡଳୀର ଏକ ବୈଠକ ଅନୁଷ୍ଠିତ ହୋଇ ଉପରୋକ୍ତ ଦାବି ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରାଯାଇଛି । ପାର୍ଟି ପକ୍ଷରୁ ଏକ ପ୍ରତିନିଧିମଣ୍ଡଳୀ ମାଲକାନଗିରି ଜିଲ୍ଲା ଗ୍ରସ୍ତ କରିବା ସଂପର୍କରେ ମଧ୍ୟ ସୂଚନା ଦିଆଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande