

ବଲାଙ୍ଗିର, 0 ଡିସେମ୍ବର (ହି.ସ.) ମାଲପଡା ନାଗରିକ କମିଟି ର ବୈଠକ ସଭାପତି ଗୋପବନ୍ଧୁ ପୁରୋହିତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସଭା ପ୍ରାରମ୍ଭରେ ପଡାରେ ମୃତ୍ୟବରଣ କରିଥିବା ବ୍ୟକ୍ତିମାନଙ୍କ ପାଇଁ ସେମାନଙ୍କ ଆତ୍ମା ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ବିଜୁଳି ବିଭାଗ ଦ୍ୱାରା ଘନ ଘନ ଅଘୋଷିତ ବିଜୁଳି କାଟ ଦ୍ୱାରା ଜନ ସାଧାରଣଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଇ ଆନ୍ଦୋଳାତ୍ମକ ପନ୍ଥା ଗ୍ରହଣ କରାଯିବାକୁ ପ୍ରସ୍ତାବ ଗୃହିତ ହୋଇଥିଲା । ସହରରେ ବୁଲା କୁକୁର ସଂଖ୍ୟା ବହୁ ପରିମାଣରେ ବୃଦ୍ଧି ପାଉଥିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ତେଣୁ ପୌର ପାଳିକା ଏହି ବୁଲା କୁକୁର ପାଇଁ ବନ୍ଧ୍ୟା କରଣ କରାଯିବା ସହିତ ସେମାନଙ୍କୁ ସହର ବାହାରେ ରଖାଯିବା ପାଇଁ ପୌର ପାଳିକାର ଦୃଷ୍ଟି ଆକର୍ଷଣ କରିବାକୁ ମତ ପ୍ରକାଶ ପାଇଥିଲା । ପଡାର ବରିଷ୍ଠ ନାଗରିକ ଓ ଅବସରପ୍ରାପ୍ତ ଶିକ୍ଷକ ନିମାଇଁ ଚରଣ ଦାଶଙ୍କୁ ୮୦ ବର୍ଷ ରୁ ଉର୍ଦ୍ଧ୍ୱ ହୋଇଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ୱାର୍ଡର ୧୪ ଓ ୧୫ ରେ ଡ୍ରେନ ମାନଙ୍କରେ ମଶା ତେଲ ଓ ମଶା ଧୁଆଁ ଯାଉ ନ ଥିବାରୁ ମଶା ବଂଶ ବୃଦ୍ଧି ପାଉଛି ଓ ଲୋକମାନେ ନାନା ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏହାର ନିରାକରଣ ପାଇଁ ପୌର ପାଳିକା ଏଥିରେ ଶିଘ୍ର ପଦକ୍ଷେପ ନେବାକୁ ସଭ୍ୟମାନେ ମତ ପ୍ରକାଶ କରିଥିଲେ । ଏହି ଆଲୋଚନାରେ ସଂଘର ଉପ-ସଭାପତି ପ୍ରଫେସର ତରୁଣ କୁମାର ମିଶ୍ର, ସଂପାଦକ ପଂଚାନନ ସେଠ, କୋଷାଧ୍ୟକ୍ଷ ଦିବାକର ହୋତା, ଆକୁଳ ବେହେରା, ଗଣେଶ ବେହେରା, ଦେବଜ୍ୟୋତି ଯୋଷୀ, ପ୍ରଦୀପ କୁମାର ନେପାକ, ଅଶୋକ କୁମାର ଚାନ୍ଦ, ବିମଲ କୁମାର ଚକ୍ରବର୍ତ୍ତି, ଦୟାସାଗର ବଗର୍ତ୍ତିକ ଓ ଛବିଲାଲ ବେହେରା ଆଦି ସଭ୍ୟମାନେ ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ଦୟାସାଗର ବଗର୍ତ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ