
ଭଦ୍ରକ, ୧୦ ଡିସେମ୍ବର (ହି.ସ.) - କଟକର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଡିସେମ୍ବର ୯ ରୁ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ମାଷ୍ଟର୍ସ ୨୦୨୫ - ବିଡବ୍ଲ୍ୟୁଏଫ ଟୁର୍ ସୁପର ୧୦୦ ଟୁର୍ନାମେଂଟର ଚତୁର୍ଥ ସଂସ୍କରଣ ଆୟୋଜିତ ହେବାକୁ ଯାଉଛି। ଏହି ଅନ୍ତର୍ଜାତୀୟ ବ୍ୟାଡମିଂଟନ ଇଭେଂଟ ବ୍ୟାଡମିଂଟନ ବିଶ୍ୱ ଫେଡେରେସନ (ବିଡବ୍ଲ୍ୟୁଏଫ), ଭାରତୀୟ ବ୍ୟାଡମିଂଟନ ସଂଘ (ବିଏଆଇ), ଓଡ଼ିଶା ରାଜ୍ୟ ବ୍ୟାଡମିଂଟନ ସଂଘ ଏବଂ କ୍ରୀଡା ଏବଂ ଯୁବ ସେବା ବିଭାଗ ମିଳିତ ସହଯୋଗରେ ଅନୁଷ୍ଠିତ ହେଉଛି।ଏହା ଓଡ଼ିଶାରେ ଏହି ପ୍ରତିଷ୍ଠିତ ଟୁର୍ଣ୍ଣାମେଂଟର ଚତୁର୍ଥ ସଂସ୍କରଣ ହେବ। ଭାରତ, ଫିନଲ୍ୟାଣ୍ଡ, ହଂକଂ, ଚୀନ୍, ଶ୍ରୀଲଙ୍କା, ମାଲେସିଆ, ଇସ୍ରାଏଲ, ଜାପାନ, ସ୍ପେନ୍, ଇଜିପ୍ଟ, ଇଣ୍ଡୋନେସିଆ, ଆମେରିକା, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଥାଇଲ୍ୟାଣ୍ଡ, ବୁଲଗେରିଆ, ଚାଇନିଜ୍ ତାଇପେ, ୟୁଏଇ, ଉଗାଣ୍ଡା, ସାଉଦି ଆରବ, ଭେନେଜୁଏଲା, ରୁଷ ଏବଂ ବାଂଲାଦେଶ ସମେତ ୨୨ ଟି ଦେଶର ୪୦୦ରୁ ଉର୍ଦ୍ଧ ନାମିଦାମୀ ଖେଳାଳିମାନେ ଅଂଶଗ୍ରହଣ କରିବେ। ଏହି ଅବସରରେ ଟୁର୍ନାମେଂଟ ମାସ୍କଟ (ଓଲି)କୁ କ୍ରୀଡାମନ୍ତ୍ରୀ ଉଦଘାଟନ କରିବା ପରେ ଏହା ବିଭିନ୍ନ ଜିଲ୍ଲା ଗସ୍ତ କରି ଆସନ୍ତା କାଲି ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ଥିଲା। ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ, ଡେପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଳ, ଜିଲ୍ଳା କ୍ରୀଡା ଅଧିକାରୀ ରମେଶ ମହାନ୍ତି, ଅଂଶୁମାନ ଦ୍ୱିବେଦୀ ଓ ଜିଲ୍ଲା ସଟଲ ଆସୋସିଏସନର ସଭାପତି ମହେଶ ପ୍ରସାଦ ଦାସ, ବିଭୁକଲ୍ୟାଣ ବାରିକ, ପରେଶ ବାରିକ, ରାଜେଶ ଦାସ, ନିରୋଜ ସାହୁ, ସୁଜାତା ସାହୁ, ମୁକେଶ ପାଣିଗ୍ରାହୀ, ରୂପକ ରାୟ ଓ ଜିଲ୍ଲାର ଉଦୀୟମାନ ବ୍ୟାଡ଼ମିଂଟନ ଖେଳାଳି ଓ ସେମାନଙ୍କ ଅଭିଭାବକ ମାନେ ଉପସ୍ଥିତ ରହି ଏହାକୁ ସ୍ୱାଗତ ଜଣାଇଥିଲେ। ଜିଲ୍ଲାପାଳ ତାଙ୍କ ଅଭିଭାଷଣରେ ଓଡ଼ିଶା ମାଷ୍ଟର୍ସ ଆୟୋଜନ ଦ୍ୱାରା ରାଜ୍ୟ କ୍ରୀଡ଼ା ବିକାଶ ପ୍ରତି ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିବ ଏବଂ ଏହାର ଅନ୍ତର୍ଜାତୀୟ କ୍ରୀଡା ପ୍ରତିଷ୍ଠା ବୃଦ୍ଧି କରିବ ବୋଲି କହିଥିଲେ। ପରେ ପରେ ସହର ମଧ୍ୟରେ ଏକ ରୋଡ଼ ଶୋର ମଧ୍ୟ ଆୟୋଜନ କରାଯାଇଥିଲା।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ