ଖରିଫ ଧାନ ସଂଗ୍ରହ ନେଇ ପ୍ରଶିକ୍ଷଣ ଓ ସଚେତନତା କର୍ମଶାଳା ଅନୁଷ୍ଠିତ
ଜୟପୁର, 10 ଡିସେମ୍ବର (ହି.ସ.) - ଖରିଫ ଧାନ ସଂଗ୍ରହ ନେଇ ପ୍ରଶିକ୍ଷଣ ଓ ସଚେତନତା କର୍ମଶାଳା ଆଜି ଅନୁଷ୍ଠିତ ହୋଇଛି । ନିୟନ୍ତ୍ରୀତ ବଜାର କମିଟି ପରିଶର ମୁଖ୍ୟ ବଜାର ରେ ଅନୁଷ୍ଟିତ ହୋଇଛି । ଚଳିତ ବର୍ଷ ଖରିଫ ୨୦୨୫ ଧାନ ସଂଗ୍ରହ କରିବା ପାଇଁ ଗ୍ରହଣ ଉପଯୋଗି ବିଭିନ୍ନ କିସମର ଧାନର ସବନିମ୍ନ ସହାୟକ ଦ
ଖରିଫ ଧାନ ସଂଗ୍ରହ ନେଇ ପ୍ରଶିକ୍ଷଣ ଓ  ସଚେତନତା କର୍ମଶାଳା


ଜୟପୁର, 10 ଡିସେମ୍ବର (ହି.ସ.) - ଖରିଫ ଧାନ ସଂଗ୍ରହ ନେଇ ପ୍ରଶିକ୍ଷଣ ଓ ସଚେତନତା କର୍ମଶାଳା ଆଜି ଅନୁଷ୍ଠିତ ହୋଇଛି । ନିୟନ୍ତ୍ରୀତ ବଜାର କମିଟି ପରିଶର ମୁଖ୍ୟ ବଜାର ରେ ଅନୁଷ୍ଟିତ ହୋଇଛି । ଚଳିତ ବର୍ଷ ଖରିଫ ୨୦୨୫ ଧାନ ସଂଗ୍ରହ କରିବା ପାଇଁ ଗ୍ରହଣ ଉପଯୋଗି ବିଭିନ୍ନ କିସମର ଧାନର ସବନିମ୍ନ ସହାୟକ ଦର ଏମଏସପି ସାଧାରଣ ଧାନ କ୍ୱିଇଣ୍ଟାଲ ପ୍ରତି ୨୩୬୯ ଟଙ୍କା ଓ ଗ୍ରେଡ-ଏ ୨୩୮୯ ଟଙ୍କା ସରକାର ଧାଯ୍ୟ କରିଛନ୍ତି । ଧାନକୁ ଏଫଏକ୍ୟୁ ମାନର ଉନ୍ନୀତ କରାଇ ବିକ୍ରୟ କେନ୍ଦ୍ରକୁ ଆଣିବା,ସପ୍ତାହିକ ବଜାର ଦିନ ମାନଙ୍କରେ ଧାନକ୍ରୟ କେନ୍ଦ୍ର ବନ୍ଦ ରହିବ, ଚାଷୀ ମାନେ ଆଧାର କାର୍ଡ ଓ ବ୍ୟାଙ୍କ ପାସବୁକ ସାଙ୍କରେ ଧରି ଧାନ କ୍ରୟ କେନ୍ଦ୍ରକୁ ଧାନ ବିକିବା ନିମନ୍ତେ ଆସିବେ, ଟୋକେନର ବୈଧତା ୩୦ ଦିନ ପଯ୍ୟନ୍ତ ବଳବତ୍ତର ରହିବ, ପଞ୍ଜିକୃତ ଚାଷୀଙ୍କ ମୋବାଇଲ ନମ୍ବରରେ ପ୍ରାପ୍ତ ସୁଚନା ଅନୁସାରେ ମଣ୍ଡିକୁ ଧାନ ଆଣିବା ପରେ ଏକ ପ୍ରାପ୍ତି ସ୍ୱୀକାର ପତ୍ର ଦିଆଯିବ, ଚାଷୀ ଆଣିଥିବା ଧାନକୁ ଏଫଆଇଏଫଓ ପ୍ରଥମ ଆଣିଥିବା ଧାନକୁ ପ୍ରଥମେ କିଣାଯିବା ପଦ୍ଧତିରେ ଧାନ କ୍ରୟ କରାଯିବ । ବୈଧ ଟୋକନ ଥିଲେ ଧାନ କ୍ରୟ କେନ୍ଦ୍ର ମଧ୍ୟକୁ ଧାନ ପ୍ରବେଶ କରାଯିବ ଆଦି ଉପରେ ସଚେତନ କରାଯାଇଛି । ଏଠାରେ କମିଟିର ଉପାଧ୍ୟକ୍ଷ ବାଲା ରାୟ,ଜିଲା ମୁଖ୍ୟ ଯୋଗାଣ ଅଧିକାରି ମାନସ ରଞ୍ଜନ ମହାପାତ୍ର,ସମ୍ପାଦକ ତୁଷାର କାନ୍ତ ସେଠୀ, ଉପ ନିବନ୍ଧକ ମୋନିକା ରାୟ, ଏଆରସିଏସ ଶିଶିର କାନ୍ତ ଦାସ, ଜିଲା ଯୋଗାଣ ଅଧିକାରି ସର୍ବେଶ୍ୱର ନାୟକ,,ଅତିରିକ୍ତ ଯୋଗାଣ ଅଧିକାରି ଏନ ଲକ୍ଷ୍‌ମଣ ରାଓ , ପ୍ରିୟମ୍ବଦା ବେହେରା ଉପସ୍ଥିତ ରହି ସଚେତନ କରିଥିଲେ । ଏହି କର୍ମଶାଳାରେ ପାଣି ପଞ୍ଚାୟତର ସଦସ୍ୟ, ଲ୍ୟାମ୍ପସ କର୍ମଚାରି , କମିଟିର କର୍ମଚାରି ଜୟପୁର ଉପଖଣ୍ଡର ଚାଷି ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande