
ଭଦ୍ରକ, ୧୦ ଡିସେମ୍ବର (ହି.ସ.) - ଏହି ଜିଲାର ଚାନ୍ଦବାଲି ଜଳସମ୍ପଦ ବିଭାଗରେ ଅବସ୍ଥାପିତ ଥିବା ସହକାରୀ ଯନ୍ଥୀ ବାଣିଶ୍ରୀ ନାୟକଙ୍କ ବଦଳି ହୋଇଛି। ଦୀର୍ଘଦିନ ହେବ ସେ ଏହି ବିଭାଗରେ କାର୍ଯ୍ୟକରି ଆସୁଥିବା ବେଳେ ତାଙ୍କର ବଦଳି ପାଇଁ ଚାନ୍ଦବାଲି ଅଂଚଳ ବାସୀ ଦାବୀ କରି ଆସୁଥିଲେ। ଏଥିପାଇଁ ଚାନ୍ଦବାଲି ବାସୀ ଜଳସମ୍ପଦ ବିଭାଗର ଯନ୍ତ୍ରୀ ମୁଖ୍ୟଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବାଣିଶ୍ରୀ ନାୟକଙ୍କୁ ଜୋକାଡିଆ ଜଳସମ୍ପଦ ସେକ୍ସନକୁ ବଦଳି କରାଯାଇଛି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ