ଏସଆଇ ପରୀକ୍ଷା କେଳେଙ୍କାରୀ : ରିମାଣ୍ଡରେ ଗଲା ଅଭିଯୁକ୍ତ ନୀତିଶ କୁମାର
ଭୁବନେଶ୍ୱର,୧୦ ଡିସେମ୍ବର (ହି.ସ.) - ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ଘଟଣା ବିହାରରୁ ଗିରଫ ଅଭିଯୁକ୍ତ ନୀତିଶ କୁମାରଙ୍କୁ ସିବିଆଇ ବୁଧବାର ଦିନ ଭୁବନେଶ୍ୱର କୋର୍ଟରେ ହାଜର କରିଛି। କୋର୍ଟରେ ହାଜର ପରେ ସିବିଆଇ ନୀତିଶକୁ ୨ ଦିନ ରିମାଣ୍ଡରେ ନେଇଛି।୫ ଦିନ ରିମାଣ୍ଡରେ ନେବା ପାଇଁ ସ୍ୱତନ୍ତ୍ର ସିବିଆ
ଏସଆଇ ପରୀକ୍ଷା କେଳେଙ୍କାରୀ : ରିମାଣ୍ଡରେ ଗଲା ଅଭିଯୁକ୍ତ ନୀତିଶ କୁମାର


ଭୁବନେଶ୍ୱର,୧୦ ଡିସେମ୍ବର (ହି.ସ.) - ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ଘଟଣା ବିହାରରୁ ଗିରଫ ଅଭିଯୁକ୍ତ ନୀତିଶ କୁମାରଙ୍କୁ ସିବିଆଇ ବୁଧବାର ଦିନ ଭୁବନେଶ୍ୱର କୋର୍ଟରେ ହାଜର କରିଛି। କୋର୍ଟରେ ହାଜର ପରେ ସିବିଆଇ ନୀତିଶକୁ ୨ ଦିନ ରିମାଣ୍ଡରେ ନେଇଛି।୫ ଦିନ ରିମାଣ୍ଡରେ ନେବା ପାଇଁ ସ୍ୱତନ୍ତ୍ର ସିବିଆଇକୋର୍ଟଙ୍କ ନିକଟରେ ଆବେଦନ କରିଥିଲା । ଦୁଇ ଦିନ ରିମାଣ୍ଡ ପାଇଁ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି।

ସେହିପରି ଘଟଣାରେ ଗିରଫ ଅନ୍ୟ ୪ ଅଭିଯୁକ୍ତ ମୁନା ମହାନ୍ତି , ଶ୍ରୀକାନ୍ତ ମହାରଣା, ଟି ଅଭିମନ୍ୟୁ ଦୋରା ଓ ପ୍ରିୟଦର୍ଶିନୀ ସାମଲକୁ ଆସନ୍ତାକାଲି ଠାରୁ ରିମାଣ୍ଡରେ ନେଇ ପଚରା ଉଚରା କରିବା ପାଇଁ ସିବିଆଇକୁ କୋର୍ଟ ଅନୁମତି ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande