
କନ୍ଧମାଳ , ୧୦ ଡିସେମ୍ବର (ହି.ସ.)କନ୍ଧମାଳ ଜିଲ୍ଲାର ଏକ ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ବନାନୀ କଳା ସଙ୍ଗମ ପକ୍ଷରୁ ସୋମବାର ଓ ମଙ୍ଗଳ ବାର ୮ଓ ୯ତାରିଖ ଦୁଇ ଦିନ ଧରି
ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଦେଶାତ୍ମବୋଧକ ନାଟକ ଶହୀଦ ଭଗତ ସିଂ ସଫଳତାର ସହ ମଞ୍ଚସ୍ତ ହୋଇଥଲା l ଏହି ଅବସରରେ ପ୍ରଥମ ଦିନର
ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ା ସନ୍ତୋଷ କୁମାର ପାଢ଼ୀ ଉଦ୍ଘାଟନ କରିଥିଲେ l ସମ୍ମାନୀତ ଅତିଥି ଭାବେ ଫୁଲବାଣୀ ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ପରିଚାଳକ ରାକେଶ କୁମାର ପଣ୍ଡା ଯୋଗ ଦେଇ
ଦିନକୁ ଦିନ ଲୋକଙ୍କ ମଧ୍ୟରେ ନାଟକ ପ୍ରତି ଆଗ୍ରହ କମି ଯାଉଥିବା ବେଳେ ବନାନୀ ପକ୍ଷରୁ ନାଟ୍ୟ ଚେତନା, ନାଟକ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ପ୍ରୟାସ କରାଯାଉଥିବାରୁ ଭୂୟସୀ ପ୍ରଶଂସା କରିଥିଲେ l
ଏହି ନାଟକ କୁ ନିର୍ଦ୍ଦେଶନା ଦେଇଥିଲେ ବରିଷ୍ଠ ସାମ୍ବାଦିକ ଡଃ ଅରୁପ ଜେନା, କାର୍ଯ୍ୟ କାରୀ ନିର୍ଦେଶକ ପ୍ରଭାତ ଦାସ ଓ ସହ ନିର୍ଦ୍ଦେଶକ ଭାବରେ ବରିଷ୍ଠ ଆଇନଜୀବି ବିଜୟ ପଟ୍ଟନାୟକ ଅଛନ୍ତି l ମୁଖ୍ୟ ବ୍ୟବସ୍ଥାପକ ଭାବେ ବନାନୀର ସାଧାରଣ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ ରହିଥିବା ବେଳେ ପରିଚାଳକଭାବେ ଅଶୋକ ପରିଡ଼ା ଓ ସହ ପରିଚାଳକ ଭାବେ ଅଶୋକ ମହାନ୍ତି, ଅଶୋକ ପ୍ରଧାନ, ଓ ଜୟଦେବ ନାୟକ ପ୍ରମୁଖ ରହି ସୁଚାରୁରୂପେ ଦାୟିତ୍ଵ ନିର୍ବାହ କରିଥିଲେ l
ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ଡ୍ୟାନସ ଏକାଡେମୀ ସମ୍ପlଦକ୍ ସୋନ୍ତୋଷ ପାତ୍ର lଏହି ନାଟକରେ ୫୦ଜଣ କଳାକାର ଅଂଶ ଗ୍ରହଣ କରିଥିଲେ l ସ୍ଥାନୀୟ କଳାକାର ମାନଙ୍କ ନିଖୁଣ ଅଭିନୟ ସମସ୍ତଙ୍କ ମନକୁ ଛୁଇଁଥିଲା l
ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଙ୍କୁ ବନାନୀ ପକ୍ଷରୁ ପୁଷ୍ପ ଗୁଛ, ଉପଢ଼ୌକନ, ସ୍ମାରକୀ ପ୍ରଦାନ କରି ସମ୍ବର୍ଦ୍ଧିତ କରlଯାଇଥିଲା l
ନାଟକ ର ମୁଖ୍ୟ ଚରିତ୍ର ଭଗତ ସିଂ ଭୂମିକା ରେ ସୁର ପ୍ରାସାଦ ନାୟକ, ଅଭିନୟ କରିଥିବାବେଳେ ଭଗତ ଙ୍କ ବାପା ହର କିଶନ ସିଂହ ସାନ୍ଧୁ ଭୂମିକାରେ ଯୁଧିଷ୍ଠିର ମହାନ୍ତି, ଖୁଡି ଭୂମିକା ରେ ସୁନିତା ପାତ୍ର, ଭଉଣୀ ଅମର ଭୂମିକା ରେ ମଧୁସ୍ମିତା ବେହେରା, ଭଗତ ଙ୍କ ମା ଓ ନର୍ସ ଦତ୍ୟ ଭୂମିକା ରେ ଲିଯାଶ୍ରୀ କହଁର, ଭାଉଜ ଭୂମିକାରେ ରୂପ ମ୍ୱିକା ତ୍ରିପାଠୀ, ସୁଖ ଦେବ ଭୂମିକା ରେ ଆଇନଜୀବି ବନ ମହାନ୍ତି ଙ୍କ ସମେତ ସାମ୍ବାଦିକ ଉତ୍ପଳ ସାହୂ, ସଦାଶିବ ପାତ୍ର, ଶିଶୁ ଭଗତ ସିଂ ଭୂମିକାରେ ଶ୍ରେୟଂlଶ ପାତ୍ର, ବସନ୍ତ ପଲେଇ, ପ୍ରିୟବ୍ରତ ଦାସ, ଦୀପ୍ତି ରଞ୍ଜନ ମହାକୁଲ, ଟିକିନା, ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ କୁମାର ବେହେରା ଜେଲର ଭୂମିକା ରେଅଭିନୟ କରିଥିବା ବେଳେ ବିଚାରପତି ଭୂମିକା ରେ କରୁଣା କର ମଲ୍ଲିକ ଓ ଡାକ୍ତର ଭୂମିକାରେ ନବୀନ ପଣ୍ଡା ଅଭିନୟ କରି ଥିଲେ l
ସେହିପରି ଦ୍ବିତୀୟ ଦିନରେ ନାଟକ ଦେଖିବା ପାଇଁ ପ୍ରବଳ ଜନ ସମାଗମ ହୋଇଥଲା l ଦ୍ୱିତୀୟ ଦିନରେଫୁଲବାଣୀରେ ପି ଏ, ଆଇ ଟି ଡି ଏ ତଥା ନାଟ୍ୟ କାର ଗଦା ଧର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମସ୍ତ କଳାକାର ଓ କର୍ମକର୍ତ୍ତା ଙ୍କୁ ସ୍ମାରକୀ ଓ ଉପଢ଼ୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ l ମୁଖ୍ୟ ଅତିଥି ପାତ୍ର ଙ୍କୁ ମଧ୍ଯ ବନାନୀ ପକ୍ଷରୁ ସମ୍ବର୍ଦ୍ଧିତ କରଯାଇଥିଲା l ଦୁଇଦିନ ଧରି
ସହ ପରିଚାଳକ ଅଶୋକ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ l ମୁଷ୍କାନ ସୁଆର ସହଯୋଗ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ