ସରସ୍ୱତୀ ଶିଶୁ ମନ୍ଦିରରେ ୨୬ତମ ବାର୍ଷିକ କ୍ରୀଡା ଉଦ୍ଘାଟିତ
କୋରେଇ, ୧୦ ଡିସେମ୍ବର (ହି.ସ.) - କୋରେଇ ବ୍ଲକ ଅନ୍ତର୍ଗତ ମୂଳାପାଳସ୍ଥିତ ଲିଙ୍ଗେଶ୍ୱର ବିହାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୨୬ତମ ବାର୍ଷିକ କ୍ରିଡା ପ୍ରତିଯୋଗୀତା ମହାସମାରୋହରେ ଆଜି ଉଦ୍ଘାଟିତ ହୋଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ରାଜପଥ ପେଟ୍ରୋଲିଂଗ ଅଧିକାରୀ ଅଶୋକ ବଳ ଯୋଗଦେଇ ଆନୁଷ୍ଠାନ
ସରସ୍ୱତୀ ଶିଶୁ ମନ୍ଦିରରେ ୨୬ତମ ବାର୍ଷିକ କ୍ରୀଡା ଉଦ୍ଘାଟିତ


କୋରେଇ, ୧୦ ଡିସେମ୍ବର (ହି.ସ.) - କୋରେଇ ବ୍ଲକ ଅନ୍ତର୍ଗତ ମୂଳାପାଳସ୍ଥିତ ଲିଙ୍ଗେଶ୍ୱର ବିହାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୨୬ତମ ବାର୍ଷିକ କ୍ରିଡା ପ୍ରତିଯୋଗୀତା ମହାସମାରୋହରେ ଆଜି ଉଦ୍ଘାଟିତ ହୋଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ରାଜପଥ ପେଟ୍ରୋଲିଂଗ ଅଧିକାରୀ ଅଶୋକ ବଳ ଯୋଗଦେଇ ଆନୁଷ୍ଠାନିକ ଭାବେ କ୍ରୀଡା ପତାକା ଉତୋଳନ କରିବା ସହ ଏହା ଉଦ୍ଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଲିଙ୍ଗେଶ୍ୱର ଉନ୍ନୟନ କମିଟି ସଭାପତି ଶ୍ରୀଯୁକ୍ତ ବଳମାଳୀ ଦାସ, ସମ୍ବାଦିକ ମାନସ ରଂଜନ ଧଳ, ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ବୃନ୍ଦାବନ ସାହୁ, ସମ୍ପାଦକ ଦିଲ୍ଲୀପ କୁମାର ଧଳ, ଉପସଭାପତି ଶଙ୍କର୍ଷଣ ପରିଡା, ଯୁଗ୍ମ ସମ୍ପାଦକ ରାଜ କିଶୋର ମଲ୍ଲିକ, କୋଷାଧ୍ୟକ୍ଷ କୈଳାସ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇଥିଲେ । ପ୍ରଧାନ ଆଚାର୍ଯ୍ୟ ନରେନ୍ଦ୍ର କୁମାର ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିବା ସହ ସହପ୍ରଧାନ ଆଚାର୍ଯ୍ୟ ଜଗନ୍ନାଥ ସ୍ୱାଇଁ ଧନ୍ୟବାଦ ପ୍ରଦାନ କରିଥିଲେ । କ୍ରୀଡା ଶିକ୍ଷକ ସାଗରିକା ମିଶ୍ର ତତ୍ୱାବଧାନରେ ସମସ୍ତ କ୍ରିଡା ଶୃଂଖଳାର ସହ ସମାପନ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande