

ସମ୍ବଲପୁର, ୧୦, ଡିସେମ୍ବର (ହି.ସ.) ସମ୍ବଲପୁର ସହରର ଧନୁପାଲି ଶିଶୁ ବିଦ୍ୟା ମନ୍ଦିରର ୩୬ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ରମଣୀ ରଞ୍ଜନ ସାହୁ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ । ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଡ଼. ଦେବେନ୍ଦ୍ର କୁମାର ପଣ୍ଡା, ସମ୍ପାଦକ ଜୟ ଶଙ୍କର ପାଢ଼ୀ, କୋଷାଧ୍ୟକ୍ଷ ରାମଚନ୍ଦ୍ର ବିଶ୍ୱାଳ, ସହ ସମ୍ପାଦକ ଅଭିମନ୍ୟୁ ସାହୁ, ସହ ପ୍ରଧାନ ଆଚାର୍ଯ୍ୟ ଅମୃତ ପଟେଲ ପ୍ରମୁଖ ମଞ୍ଚାସୀନ ଥିଲେ। ମୁଖ୍ୟଅତିଥି ଶ୍ରୀ ସାହୁ କ୍ରୀଡା ପ୍ରତ୍ୟେକଙ୍କ ଶାରୀରିକ ବିକାଶ ପାଇଁ ଅପରିହାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବିଭୁ ପ୍ରସାଦ ମହାପାତ୍ର ପରିଚୟ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ବିଦ୍ୟାଳୟ ଛାତ୍ରୀ ସାମୁହିକ ସଂଗୀତ ପରିବେଷଣ କରିଥିଲେ l ମୁଖ୍ୟ ଅତିଥି କ୍ରୀଡା ଧ୍ବଜା ଉତ୍ତୋଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଛାତ୍ରମାନଙ୍କ ଦ୍ୱାରା ଜ୍ୟୋତି ମଶାଲ ପରିକ୍ରମା କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ