ପରଲୋକରେ ଧର୍ମପ୍ରାଣା ସାବିତ୍ରୀ ପାଣିଗ୍ରାହୀ
କେନ୍ଦ୍ରାପଡ଼ା, ୧୦ ଡିସେମ୍ବର(ହି.ସ.) –କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ତମାଳଶାମନ-ଚଉଦକୁଲାଟ ଗ୍ରାମର ସ୍ୱର୍ଗତ ଗୌରାଙ୍ଗ ଚରଣ ପାଣିଗ୍ରାହୀଙ୍କ ଧର୍ମପତ୍ନୀ ସାବିତ୍ରୀ ପାଣିଗ୍ରାହୀ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ଆକ୍ରାନ୍ତ ହୋଇ ନିଜ ବାସଗୃହରେ ୮୩ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ସ୍ୱର
--ପରଲୋକରେ ଧର୍ମପ୍ରାଣା ସାବିତ୍ରୀ ପାଣିଗ୍ରାହୀ


କେନ୍ଦ୍ରାପଡ଼ା, ୧୦ ଡିସେମ୍ବର(ହି.ସ.) –କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ତମାଳଶାମନ-ଚଉଦକୁଲାଟ ଗ୍ରାମର ସ୍ୱର୍ଗତ ଗୌରାଙ୍ଗ ଚରଣ ପାଣିଗ୍ରାହୀଙ୍କ ଧର୍ମପତ୍ନୀ ସାବିତ୍ରୀ ପାଣିଗ୍ରାହୀ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ଆକ୍ରାନ୍ତ ହୋଇ ନିଜ ବାସଗୃହରେ ୮୩ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ସ୍ୱର୍ଗତା ସାବିତ୍ରୀ ପାଣିଗ୍ରାହୀ ଜଣେ ଅତି ସରଳ ଅମା଼ୟିକ, ମିଷ୍ଟଭାଷୀ ତଥା ଧର୍ମପ୍ରାଣା ମହିୟସୀ ମହିଳା ଥିଲେ। ମୃତ୍ୟୁ ସମୟରେ ତାଙ୍କ ନିକଟରେ ପୁତ୍ର, କନ୍ୟା, ନାତି, ନାତୁଣୀଙ୍କ ସମେତ କେନ୍ଦ୍ରାପଡ଼ା ବ୍ଲକର ପ୍ରାକ୍ତନ ଚେୟାର ମ୍ୟାନ ଦୁର୍ଗାଶିଷ ମହାନ୍ତି, ସଙ୍ଗୀତଜ୍ଞ ବିମଳ ପ୍ରସାଦ ପରିଡାଙ୍କ ସମେତ ରେଡ଼ିଓ ଭାବଗ୍ରାହୀର ମୁଖ୍ୟ ଟ୍ରଷ୍ଟି ଧୀରାମଣି ପରିଡା ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି। ଗ୍ରାମ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ବଡ଼ପୁଅ ଅନନ୍ତ କିଶୋର ପାଣିଗ୍ରାହୀ ମୁଖାଗ୍ନି ପ୍ରଦାନ କରିଥିଲେ। ସାବିତ୍ରୀ ପାଣିଗ୍ରାହୀଙ୍କ ଅବର୍ତମାନରେ ଚଉଦକୁଲାଟ ଅଂଚଳରେ ଶୋକରେ ଛାୟା ଖେଳିଯାଇଛି।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande