
ସରକାରୀ ବାଳକ ଉପ୍ରା ବିଦ୍ୟାଳୟରେ ବିଜ୍ଞାନମେଳା
ନୂଆପଡ଼ା ୧୦ ଡ଼ିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ସବିତା ପ୍ରଧାନଙ୍କ ତତ୍ତ୍ୱାବଧାନରେ ଏକ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ସିଆରସିସି ମଧୁସୂଦନ ସାଗର, ମୁଖ୍ୟ ବକ୍ତାଭାବରେ ଖଡିଆଳ ସ୍ଵୟଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ତଥା ପ୍ରଧ୍ୟାପକ ଡକ୍ଟର ତରୁଣ କୁମାର ପ୍ରଧାନ ଓ ପରିଚାଳନା କମିଟିର ସଭାପତି ଖୁସିରାମ ଭୋଇ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରିଥିଲେ। ସବିତା ସୁନାନି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସ୍ୱାଗତିକା ଖମାରୀ ଓ ଅର୍ଚ୍ଚନା ମିଶ୍ର ସହାୟତା କରିଥଲେ। ସବିତା ଶବର ଓ ଚୂର୍ଣ୍ଣ କୁନ୍ତଳା ଶବର ପରିଚାଳନାରେ ସହାୟତା କରିଥଲେ। ଅତିଥି ଓ ମୁଖ୍ୟବକ୍ତା ବିଜ୍ଞାନମେଳାର ଉଦ୍ଦେଶ୍ୟ, ଆଧୁନିକ ଯୁଗରେ ବିଜ୍ଞାନର ଅବଦାନ ବିଷୟରେ ଛାତ୍ରଛତ୍ରୀମାନଙ୍କୁ ଜଣାଇଥିଲେ। ଭବିଷ୍ୟତରେ ଛାତ୍ରଛତ୍ରୀମାନଙ୍କୁ ବୈଜ୍ଞାନିକ ଚିନ୍ତାଧାରା ନେଇ ଆଗେଇ ଯିବାକୁ ପ୍ରବର୍ତ୍ତାଇ ଥିଲେ। ଏଥିରେ ୪୦ ଟି ପରୀକ୍ଷଣ ଦର୍ଶାଯାଇଥିଲା। ଶେଷରେ ଛାତ୍ରଛତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ପ୍ରଧାନ ଶିକ୍ଷୟତ୍ରୀ ସବିତା ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ