

ବଲାଙ୍ଗିର, 10 ଡିସେମ୍ବର (ହି.ସ.) ଗତକାଲି ମଙ୍ଗଳବାର ବିଳମ୍ବିତ ରାତିରେ ଟାଉନଥାନା ପୋଲିସ ପାଟ୍ରୋଲିଂ ସମୟରେ ରେଲୱେ ଷ୍ଟେସନ ସାଲେପାଲି ଛକ ନିକଟରେ କାରରେ ଆସି କିଛି ଯୁବକ ରାସ୍ତାରେ ଯାଉଥିବା ଲୋକଙ୍କୁ ଅଟକାଇ ହଇରାଣ କରୁଥିବା ଅଭିଯୋଗ ହୋଇଥିଲା । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସକୁ ଦେଖି କାର ସ୍ପିଡରେ ପଳେଇବାକୁ ଚେଷ୍ଟା କରିଥିଲା । ଏହି ସମୟରେ ପାଟ୍ରୋଲିଂ ପୋଲିସ ଗାଡି କାରକୁ ଗୋଡାଇ ଥିଲା। ରେଲୱେ ଷ୍ଟେସନ ସଲେପାଲିକୁ ଯାଇଥିବା ରାସ୍ତା ଛକ ନିକଟରେ ଭାରସାମ୍ୟ ହରାଇ ଏକ ଏଲେକ୍ଟ୍ରି ଖୁଣ୍ଟରେ ଗାଡିଟି ପିଟି ହୋଇଥଲା । ଟାଉନ ପୋଲିସ କାରରେ ବସିଥିବା ଦୁଇ ଜଣଙ୍କୁ ଥାନାକୁ ନେଇ ଅଟକ ରଖି ପଚାର ଉଚୁରା କରୁଥିବା ଟାଉନ ଥାନା ଅଧିକାରୀ ଅବନୀ ସାହୁ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ