


ସୁବର୍ଣ୍ଣପୁର, 10 ଡିସେମ୍ବର (ହି.ସ.)ଆଜି ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ର ର ବାର୍ଷିକ ଉତ୍ସବ ମହାସମାରୋହ ରେ ଅନୁଷ୍ଠିତ ହେବା ସହ ଡ଼ : ନାରାୟଣୀ ପଣ୍ଡା ସମ୍ବିଳନୀ କକ୍ଷ ର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି | ଏହି ଉତ୍ସବ ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ 'ସୁବର୍ଣ୍ଣା ' ର ସମର୍ପିତ ସେବା ପାଇଁ ଉଚ୍ଚ ପ୍ରଶଂସା କରିଥିଲେ | ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ଡ଼ : ନାରାୟଣୀ ପଣ୍ଡା ତାଙ୍କ ଦୀର୍ଘ ଜୀବନ କାଳ ର ବିଚିତ୍ର ଅନୁଭୂତି ସମ୍ପର୍କରେ ବର୍ଣ୍ଣନା କରି ସୁବର୍ଣ୍ଣା ର ଉତ୍ତରୋତ୍ତର ଉନ୍ନତି ନିମନ୍ତେ ଆଶୀର୍ବାଦ କରିଥିଲେ | ଅନ୍ୟତମ ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲାପାଳ, ପୂର୍ବତନ ସମାଜ ମଙ୍ଗଳ ବୋର୍ଡ ଅଧ୍ୟକ୍ଷା ନିବେଦିତା ନାୟକ ତଥା ଡ଼ : ଶାନ୍ତି ମଞ୍ଜରୀ ମିଶ୍ର ' ସୁବର୍ଣ୍ଣା 'ର କାର୍ଯ୍ୟକ୍ରମ ର ଭୃୟସୀ ପ୍ରଶଂସା କରିଥିଲେ | ନିର୍ଯାତିତା ନାରୀ ଓ ପରିତ୍ୟକ୍ତ ଶିଶୁମାନଙ୍କ ସେବାରେ ' ସୁବର୍ଣ୍ଣା ' କିପରି ଦକ୍ଷତା ଓ ସାହସ ର ସହିତ କାମ କରୁଛି ସେ ସମ୍ପର୍କରେ ବିଶଦ ଆଲୋଚନା ହୋଇଥିଲା | ପ୍ରାରମ୍ଭରେ ଓ ଶେଷରେ ଅନୁଷ୍ଠାନ ର ସଦସ୍ୟା ମାନଙ୍କ ଦ୍ବାରା ସମୂହ ସଂଗୀତ ଗାନ କରାଯାଇଥିଲା | ଅଭିପ୍ସା ମେହେର ଏକକ ନୃତ୍ୟ ପରିବେଷଣ କରି ଉପସ୍ଥିତ ଭଦ୍ର ମଣ୍ଡଳୀ କୁ ମନ୍ତ୍ରମୁଗ୍ଧ କରିଥିଲା l ସଭା ରେ ଅନ୍ୟତମ ଅତିଥି ଭାବେ ପ୍ରଫେସର ଡ଼ : ରାମକୃଷ୍ଣ ପଣ୍ଡା, ଡ଼ : ରାମାନୁଜ ପଣ୍ଡା, ଡ଼ : ବିଶ୍ଵମ୍ବର ମେହେର ଯୋଗ ଦେଇଥିଲେ | ସୁବର୍ଣ୍ଣା ର ସମ୍ପାଦିକା ମଞ୍ଜୁଳା ମିଶ୍ର ତାଙ୍କ ବକ୍ତବ୍ୟ ରଖିବା ସହ ଉପସଭାପତି ଭଗବତୀ ରାୟଗୁରୁ ବାର୍ଷିକ ବିବରଣୀ ପାଠ କରିଥିଲେ | ସୁବର୍ଣ୍ଣା ର ସଭାନେତ୍ରୀ ପ୍ରାଧ୍ୟାପିକା ମୀନା ମହାରଣା ସଭାରେ ଅଧ୍ୟକ୍ଷତା କରି ସୁବର୍ଣ୍ଣା ର ଇତିହାସ ସଂପେକ୍ଷରେ ବର୍ଣ୍ଣନା କରିଥିଲେ | ସଭା କୁ ସଂଯୋଜନା କରିଥିଲେ ସୁନନ୍ଦା ସାହୁ ଏବଂ ଧନ୍ୟବାଦ ଦେଇଥିଲେ ସସ୍ମିତା ମେହେର | ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ବଳନ, ପୂଜାର୍ଚନା ସହ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | ଏହି ଉତ୍ସବରେ ଗଣମାଧ୍ୟମ ପ୍ରତିନିଧି, ବୁଦ୍ଧିଜୀବି ମାନଙ୍କ ସହ ଶତାଧିକ ସାଧାରଣ ଜନତା ଓ ମହିଳା ଯୋଗଦାନ କରିଥିଲେ |
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ