ସ୍ୱାଧୀନତା ସଂଗ୍ରାମୀ ରେଣ୍ଡୋ ମାଝିଙ୍କ ବଳିଦାନ ଦିବସ ପାଳିତ
ସମ୍ବଲପୁର, ୧୦, ଡିସେମ୍ବର (ହି.ସ.) - ଓଡ଼ିଶା ସାଂସ୍କୃତିକ ସମାଜ ସମ୍ବଲପୁର ପକ୍ଷରୁ ସଭାପତି ଡ଼. ପରେଶ ଚନ୍ଦ୍ର ଦାନୀଙ୍କ ଅଧ୍ୟକ୍ଷତାରେ କୁଚିଣ୍ଡା ମହାବିଦ୍ୟାଳୟ ପରିସରରେ ରେଣ୍ଡୋ ମାଝିଙ୍କ ବଳିଦାନ ଦିବସ ପାଳିତ ହୋଇଯାଇଛି । ସଂଗ୍ରାମୀ ରେଣ୍ଡୋ ମାଝିଙ୍କ ପରି ନିଜ ଜାତି, ଦେଶ ଓ ସଂସ୍କୃତିକୁ ଭଲ ପାଇ
ସ୍ଵାଧୀନତା ସଂଗ୍ରାମୀ ରେଣ୍ଡୋ ମାଝିଙ୍କ ବଳିଦାନ ଦିବସ ପାଳିତ


ସ୍ଵାଧୀନତା ସଂଗ୍ରାମୀ ରେଣ୍ଡୋ ମାଝିଙ୍କ ବଳିଦାନ ଦିବସ ପାଳିତ


ସମ୍ବଲପୁର, ୧୦, ଡିସେମ୍ବର (ହି.ସ.) - ଓଡ଼ିଶା ସାଂସ୍କୃତିକ ସମାଜ ସମ୍ବଲପୁର ପକ୍ଷରୁ ସଭାପତି ଡ଼. ପରେଶ ଚନ୍ଦ୍ର ଦାନୀଙ୍କ ଅଧ୍ୟକ୍ଷତାରେ କୁଚିଣ୍ଡା ମହାବିଦ୍ୟାଳୟ ପରିସରରେ ରେଣ୍ଡୋ ମାଝିଙ୍କ ବଳିଦାନ ଦିବସ ପାଳିତ ହୋଇଯାଇଛି । ସଂଗ୍ରାମୀ ରେଣ୍ଡୋ ମାଝିଙ୍କ ପରି ନିଜ ଜାତି, ଦେଶ ଓ ସଂସ୍କୃତିକୁ ଭଲ ପାଇ ନିଜର ବଳିଦାନ ଦେଇଥିବା ଯୋଗୁଁ ସେ ଏ ଜାତିର ଚିର ସ୍ମରଣୀୟ ହୋଇ ରହିବେ ବୋଲି ମଂଚାସୀନ ବକ୍ତାମାନେ କହିଥିଲେ। ଅଧ୍ୟାପିକା ଖୁର୍ଶିଦ୍ ଆରା ବେଗମ୍ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ। ସଂଗଠନର ସମ୍ପାଦକ ଦୀନବନ୍ଧୁ ପଣ୍ଡା ଛାତ୍ରଛାତ୍ରୀ ମାନଙ୍କୁ ଏ ଦେଶର ମହାନ୍ ମହାପୁରୁଷଙ୍କ ଦର୍ଶନ ନିଶ୍ଚିତ ଉଦବୁଦ୍ଧ କରିବ ବୋଲି କହିଥିଲେ । ମୁଖ୍ୟବକ୍ତା ତଥା ଡିଆଇଇଟିର ପ୍ରାକ୍ତନ ଅଧ୍ୟକ୍ଷ ଶିବ ଶଙ୍କର ଷଡଙ୍ଗୀ ରେଣ୍ଡୋ ମାଝିଙ୍କ ସଂଗ୍ରାମ ତଥା ବଳିଦାନ ଉପରେ ଆଲୋଚନା କରିଥିବା ବେଳେ ସମ୍ମାନିତ ବକ୍ତା ଅଧ୍ୟାପକ ଡ. ସୁଧାଂଶୁ ମହାପାତ୍ର ପ୍ରାକ ସ୍ୱାଧୀନତା ସଂଗ୍ରାମର ଅବ୍ୟବହିତ ପୂର୍ବରୁ ରେଣ୍ଡୋ ମାଝି ନିଜ ସଂସ୍କୃତିକୁ ରକ୍ଷା କରିବାକୁ ଯାଇ ନିଜର ବଳିଦାନ ଦେଇଥିଲେ ବୋଲି କହିଥିଲେ । ମୁଖ୍ୟ ଅତିଥି ତଥା ମହାବିଦ୍ୟାଳୟ ଅଧ୍ୟକ୍ଷ ମନୋଜ କୁମାର ପଣ୍ଡା ସାଂସ୍କୃତିକ ସମାଜର ଏପରି ପ୍ରୟାସର ଭୂୟସୀ ପ୍ରଶଂସା କରିଥିଲେ। ଶେଷରେ ଅଖିଳ ରଞ୍ଜନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande