କନିଷ୍ଠ ଶିକ୍ଷକ ମାନେ ଆନ୍ଦୋଳନ ଛାଡି ସ୍କୁଲ ଫେରିବାକୁ ଅପିଲ କଲେ ଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର, 10 ଡିସେମ୍ବର (ହି.ସ.) ସବୁ କାମ ପାଇଁ ସମୟ ଲାଗେ। ତେଣୁ ଅଯଥା ଚାପ ପକାନ୍ତୁ ନାହିଁ । ପିଲା ମାନଙ୍କ ପାଠ ପଢା ଉପରେ ଧ୍ୟାନ ଦିଅନ୍ତୁ । ଆନ୍ଦୋଳନରତ କନିଷ୍ଠ ଶିକ୍ଷକ ମାନଙ୍କୁ ଏହି ପରାମର୍ଶ ଦେଇଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ କହିଛନ୍ତି ଯେ,, ପୂ
ନିତ୍ୟାନନ୍ଦ ଗଣ୍ଡ


ଭୁବନେଶ୍ୱର, 10 ଡିସେମ୍ବର (ହି.ସ.) ସବୁ କାମ ପାଇଁ ସମୟ ଲାଗେ। ତେଣୁ ଅଯଥା ଚାପ ପକାନ୍ତୁ ନାହିଁ । ପିଲା ମାନଙ୍କ ପାଠ ପଢା ଉପରେ ଧ୍ୟାନ ଦିଅନ୍ତୁ । ଆନ୍ଦୋଳନରତ କନିଷ୍ଠ ଶିକ୍ଷକ ମାନଙ୍କୁ ଏହି ପରାମର୍ଶ ଦେଇଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

ସେ କହିଛନ୍ତି ଯେ,, ପୂର୍ବ ସରକାରଙ୍କ ସମୟରେ ଯେଉଁ ସୁବିଧା ଦିଆଯାଇନଥିଲା ମୋହନ ସରକାର ସେମାନଂକୁ ସବୁ ସୁବିଧା ଯୋଗାଉଛି. କନିଷ୍ଠ ଶିକ୍ଷକ ଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି । ସବୁ କାର୍ଯ୍ୟ ପାଇଁ ସମୟ ଲାଗେ । ଶିକ୍ଷକ ମାନେ ଏହାକୁ ବୁଝନ୍ତୁ ।

ଯାହା ତାଙ୍କର ଦାବି ଅଛି ସରକାର ତାହା ଜାଣନ୍ତି । ତେବେ ଏଥି ପାଇଁ ସମୟ ଲାଗିବ । ସରକାର ବୁଝି ବିଚାରି ନିଷ୍ପତି ନିଅନ୍ତି. ସରକାରଙ୍କୁ ଅଜଥା ପ୍ରେସର କରନ୍ତୁ ନାହିଁ. । ପିଲାମାନଙ୍କୁ ପାଠ ପଢେଇବା ପାଇଁ ଧ୍ୟାନ ଦିଅନ୍ତୁ. ପିଲାଙ୍କ ପାଠ ପଢା କ୍ଷତି ହେଲେ ଅସୁବିଧା ହେବ ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande