ଦ୍ୱିତୀୟ ଦିବସରେ କୁଚ ବେହାର ଟ୍ରଫି ଓଡିଶା ବନାମ କର୍ଣ୍ଣାଟକ
ବଲାଙ୍ଗୀର, ୧୦ ଡିସେମ୍ବର(ହି.ସ.) – ଓଡିଶା କ୍ରିକେଟ ଏସୋସିଏସନ ଓ ବଲାଙ୍ଗୀର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟଡିୟମ ଠାରେ ଓଡିଶା ବନାମ କର୍ଣ୍ଣାଟକ ୪ ଦିବସିୟ କୁଚ ବେହାର ଟ୍ରଫି କ୍ରିକେଟର ଦ୍ୱିତୀୟ ଦିବସ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଆଜି କର୍ଣ୍ଣାଟକ ଦଳ ଗତକାଲିର ପ୍ର
ଦ୍ୱିତୀୟ ଦିବସରେ କୁଚ ବେହାର ଟ୍ରଫି ଓଡିଶା ବନାମ କର୍ଣ୍ଣାଟକ


ଦ୍ୱିତୀୟ ଦିବସରେ କୁଚ ବେହାର ଟ୍ରଫି ଓଡିଶା ବନାମ କର୍ଣ୍ଣାଟକ


ଦ୍ୱିତୀୟ ଦିବସରେ କୁଚ ବେହାର ଟ୍ରଫି ଓଡିଶା ବନାମ କର୍ଣ୍ଣାଟକ


ବଲାଙ୍ଗୀର, ୧୦ ଡିସେମ୍ବର(ହି.ସ.) – ଓଡିଶା କ୍ରିକେଟ ଏସୋସିଏସନ ଓ ବଲାଙ୍ଗୀର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟଡିୟମ ଠାରେ ଓଡିଶା ବନାମ କର୍ଣ୍ଣାଟକ ୪ ଦିବସିୟ କୁଚ ବେହାର ଟ୍ରଫି କ୍ରିକେଟର ଦ୍ୱିତୀୟ ଦିବସ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଆଜି କର୍ଣ୍ଣାଟକ ଦଳ ଗତକାଲିର ପ୍ରଥମ ଦିନ ଖେଳରୁ ସଂଗୃହିତ ୫୦ ରନ୍ ୧ ୱିକେଟରୁ ଖେଳ ଆରମ୍ଭ କରି ଆଜି ଦ୍ୱିତୀୟ ଦିବସର ଖେଳ ଶେଷ ସୁଦ୍ଧା ୩ ୱିକେଟ ହରାଇ ୪୧୨ ରନ୍ ସଂଗ୍ରହ କରିଛି। ଫଳରେ କର୍ଣ୍ଣାଟକ ଦଳ ୨୪୨ ରନ୍ ରେ ଆଗୁଆ ଅଛି। କର୍ଣ୍ଣାଟକ ତରଫରୁ ମଣିକାନ୍ତ ଶିବାନନ୍ଦ ୨୨୭ ରନ୍‌, ଧୃବ କ୍ରିଷ୍ଣନ ୧୦୫ ରନ୍ ଓ ଅନଭେ ଦ୍ରାଭିଡ୍ ୬୨ ରନ୍ କରି ଅପରାଜିତ ଅଛନ୍ତି । ଓଡିଶା ଦଳରୁ ସଫଳ ବୋଲର ଭାବେ ପୀୟୁଷ ମହାନ୍ତି ୨ ଗୋଟି ୱିକେଟ ହାସଲ କରିଛନ୍ତି। ଆସନ୍ତା କାଲି ଖେଳ ଜାରି ରହିବ ବୋଲି ସଂଘ ସୁତ୍ର ରୁ ପ୍ରକାଶ।

ସଂସଦର ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ପ୍ରହଲ୍ଲାଦ ଶତପଥି, ଯୁଗ୍ମ ସଂପାଦକ ପଦ୍ମ ଚରଣ ଆଚାର୍ଯ୍ୟ, କୋଷାଧ୍ୟକ୍ଷ ହେମନ୍ତ ବେହେରା, କ୍ରୀଡା ସଂପାଦକ ବିଭୁତି ପଣ୍ଡା, ବରିଷ୍ଠ ସଭ୍ୟ ରମେଶ ଚନ୍ଦ୍ର ପୁରୋହିତ, ରମାକାନ୍ତ ସେଠ, ସୁଧିର ଚନ୍ଦ୍ର ପଣ୍ଡା, ପ୍ରଭାତ କୁମାର ମିଶ୍ର, ଓଡିଶା ଟିମ୍ ମ୍ୟାନେଜର ପୃଥ୍ୱୀରାଜ ମିଶ୍ର, ଅରୁଣ କୁମାର ନାୟକ, ସୂର୍ଯ୍ୟ କୁମାର ମିଶ୍ର, ଫୁଟବଲ ସଂପାଦକ ଶରତ ନନ୍ଦ, ଭଲିବଲ ସଂପାଦକ ସଂଗ୍ରାମ ବହିଦାର, ସ୍ୱାଗତ ଶୁଭଙ୍କର ତ୍ରିପାଠି, ରବୀନ୍ଦ୍ର କୁମାର ମିଶ୍ର, ଗୌର ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande